ଝରାପାଲି କଲ୍ୟାଣ ମଣ୍ଡପ ଠାରେ ଟୀକାକରଣ କେନ୍ଦ୍ର
ଭେଡେନ-----ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସଂକ୍ରିଡା ପଞ୍ଚାୟତ ର ଝରାପାଲି କଲ୍ୟାଣ ମଣ୍ଡପ ଠାରେ ଟୀକାକରଣ କେନ୍ଦ୍ର କରାଯାଇଛି । ୪୫ ବର୍ଷ ବୟସ ରୁ ଉର୍ଦ୍ଧ ଜନସାଧାରଣ ଙ୍କୁ ପ୍ରଥମଥର ପାଇଁ କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ୨୯୦ ଜଣଙ୍କୁ ଟୀକାକରଣ କରାଯାଇଛି । ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭବାନୀ ମହାପାତ୍ର ଓ ଶିବାନୀ ମହାପାତ୍ର ଆସି ଟୀକାକରଣ କରିଛନ୍ତି ।ରେମଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସୁପରଭାଇଜର ତପସ୍ୱିନୀ କଲୋ ଉପସ୍ଥିତ ରହି ଥିଲେ ।ଏହି ସମୟରେ କରୋନା ସମସ୍ତ ନିୟମ ଅନୁଯାୟୀ ଟୀକା କରଣ କରିଥିଲେ। ଏଥିରେ ସଂକ୍ରିଡା ପଞ୍ଚାୟତ ର ଜୟନ୍ତୀ ବଗର୍ତ୍ତୀ, ମାମିନା ପୁରୋହିତ ଅଂଗନବାଡି କର୍ମୀ, ସୁଲୋଚନା ସୁନା ଆଶା କର୍ମୀ ପ୍ରମୁଖ ଙ୍କ ସହିତ ଅନ୍ଯାନ୍ଯ ଅଂଗନବାଡି କର୍ମୀ ଓ ଆଶା କର୍ମୀ ମାନେ ଘର କୁ ଘର ଯାଇ କରୋନା ଟୀକାକରଣ ସମନ୍ଧରେ ଓ ତାର ଉପକାରିତା ବିଷୟରେ ବୁଝାଇବାରେ ସହଯୋଗ କରିଥିଲେ। ଏହି ସମୟରେ ସଂକ୍ରିଡା ସରପଞ୍ଚ ଶୁସାନ୍ତ କୁମାର ସାହୁ, ସୁବ୍ରତ ଚାନ୍ଦ ଓ ଜୟଚନ୍ଦ୍ର ଶର୍ମା ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୧୭/୬/୨୦୨୧---୧୦,୦୫। Sakhigopal News,17/6/2021