୪୦୭ରୁ ତେଲ ଚୋରି ଅଭିଯୋଗରେ ଜଣେ ଗିରଫ ;ଜଣେ ଫେରାର
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅର୍ନ୍ତଗତ ଜଗଦଳପୁର ଗ୍ରାମର ଦେବାଶିଷ ରାଉତରାୟଙ୍କ ଦୁଇଟି ଗାଡିରୁ ମଙ୍ଗଳବାର ବିଳମ୍ବିତ ରାତିରେ ଡିଜେଲ ଚୋରି ହେବା ନେଇ ଡେଲାଙ୍ଗ ଥାନାରେ ଶ୍ରୀରାଉତରାୟ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନାରେ ୧୪୮/୨୧ରେ ଏକ କେସରୁଜ କରାଯାଇଥିଲା । ଜଗଦଳପୁର ଗ୍ରାମର ରବି ମହାପାତ୍ର(୨୫)କୁ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୪୫ ଲିଟର ଡିଜେଲ ଓ ତିନି ଲିଟର ପେଟ୍ରେ=ାଲ ପୁଲିସ ଜବତ କରିଥିବା ଜଣାପଡିଛି । ଅନ୍ୟଜଣେ ଅଭିଯୁକ୍ତ ଗାନୁଆ ମଙ୍ଗରାଜ ଫେରାର ରହିଥିବା ପୁଲିସ ସୁଚନା ଦେଇଛି । ପୁଲିସ ସୁତ୍ରରୁ ମିଳିଥିବା ସୁଚନା ମୁତାବକ ଦେବାଶିଷଙ୍କ ଘର ନିକଟରେ ଦୁଇଟି ୪୦୭ ଗାଡି ରହିଥିବା ବେଳେ ବିଳମ୍ବିତ ରାତିରେ କୁକୁର ଭୁକିବାରୁ ସେ ଘରୁ ଉଠି ଥିଲେ । ସେତେବେଳେ ତାଙ୍କ ଗାଡିରୁ ଜଗଦଳପୁର ଗ୍ରାମର ରବି ମହାପାତ୍ର ଓ ଗାନୁଆ ମଙ୍ଗରାଜ ଡିଜେଲ କାଢୁଥିବା ଦେଖି ଦେବାଶିଷ ଡାକ ପକାଇଥିଲେ । ଗାଡିରୁ କାଢିଥିବା ଡିଜେଲକୁ ନେଇ ଅଭିଯୁକ୍ତ ମାନେ ଖସି ପଳାଇଥିଲେ । ସେହିପରି ଅଭିଯୁକ୍ତମାନେ ପଟଣପୁର ଗ୍ରାମରୁ ଗୋଟେ ମଟର ସାଇକେଲରୁ ପେଟ୍ରୋଲ କାଢୁଥିବା ବେଳେ ଲୋକଙ୍କ ହାବୁଡରେ ପଡିବା ଆଗରୁ ଖସି ପଳାଇଥଲେ । ଡେଲାଙ୍ଗ ପୁଲିସ ଏହି ଘଟଣାରେ ରବିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଲା । ତାଙ୍କର ଜାମିନି ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ନେଇ ଡେଲାଙ୍ଗ ହାଟଫାଣ୍ଡି ଅଧିକାରୀ ଗଙ୍ଗାଧାର ସାହୁ ସୁଚନା ଦେଇଛନ୍ତି ।ତେବେ ଅନ୍ୟ ଅଭିଯୁକ୍ତକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀସାହୁ କହିଛନ୍ତି ।ଡେଲାଙ୍ଗରୁଧ=ୀରେନ୍ଦ୍ର ସେନାପତି, ୨୩/୬/୨୦୨୧---୮,୩୦
Sakhigopal News, 23/6/2021