କାମ ଚାଲିଥିବା ବେଳେ ଜଳିଗଲା ଜେସିବି ,; ନିଶ୍ଚିତ ଦୁର୍ଘଟଣା ରୁ ବର୍ତ୍ତିଲେ ଡ୍ରାଇଭର ଓ ଶ୍ରମିକ
ଭଞ୍ଜନଗର--- ଜଳିଗଲା ଚଳନ୍ତା ଜେସିବି । ଅଳ୍ପକେ ରକ୍ଷା ପାଇଲେ ଜେସିବି ଡ୍ରାଇଭର ଓ ସେଥିରେ ଥିବା କିଛି ଶ୍ରମିକ । ଭଂଜନଗର ଥାନା ଅନ୍ତର୍ଗତ ଗୋଲାପଡା ଗ୍ରାମ ନିକଟରେ ମଙ୍ଗଳବାର ଅପରାହ୍ନରେ ଘଟିଛି ଏଭଳି ଘଟଣା ।ଖବର ନେବାରେ ଜଣାପଡିଛି ଯେ , ଅପରାହ୍ନ ୫ଟା ସମୟରେ ଗୋଲାପଡା ଗ୍ରାମରେ ଥିବା ସ୍ବପ୍ନେନେଶ୍ବର ମନ୍ଦିର ନିକଟରେ କେନାଲ କାମ ଚାଲିଥିଲା । ଜେସିବି ର ପଛପଟୁ ହଠାତ୍ ନିଆଁ ବାହାରି ଧୀରେ ଧୀରେ ଉପରକୁ ଉଠିଥିଲା । ଏହି ସମୟରେ ନିକଟରେଥିବା ଗୋଲାପଡା ଗ୍ରାମର ଜଣେ ଗାଈ ଜଗୁଆଳ ଏ ଘଟଣାକୁ ଦେଖି , ଜେସିବିରେ ଥିବା ଶ୍ରମିକମାନଙ୍କୁ ଡାକ ପକାଇଥିଲା । ନିଆଁର ପ୍ରକୋପ ଅତି ଭୟଙ୍କର ଥିବାରୁ ନିଆଁକୁ ଆୟତ କରିବା ସମ୍ଭବ ହେଇନଥିଲା । ସ୍ଥାନୀୟ ଲୋକେ ଭଞ୍ଜନଗର ଦମକଳ ବାହୀନିକୁ ଖବର ଦେବା ପରେ , ଦମକଳ ବାହୀନି କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ , ଏହା ଜେସିବି ରେ ସଟ୍ ସର୍କିଟ୍ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୨୨/୬/୨୦୨୧--୧୦,୨୦ Sakhigopal News,22/6/2021