Breaking News

ଜାଣ୍ତୋଳ ହାଇସ୍କୁଲର ଇଂରାଜୀ ଶିକ୍ଷକଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

 
ଭେଡେନ----- ଭେଡେନ ଅଞ୍ଚଳ ର ଜଣାଶୁଣା ଇଂରାଜୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଶତପଥି ବୁଧବାର ସରକାରଙ୍କ ଅଧିନରୁ ଅବସର ଗ୍ରହଣ କରିଛନ୍ତି ।କୋଭିଡ କଟକଣା  ମଧ୍ୟରେ ଜଣ୍ତୋଳ ହାଇସ୍କୁଲ ପରିସରରେ ଅବସର ଗ୍ରହଣ ଉତ୍ସବ ପାଳନ ହୋଇଯାଇଛି । ୨୦୦୬ ରୁ ୨୦୨୧ ପର୍ଯନ୍ତ ଜାଣ୍ତୋଳ ହାଇସ୍କୁଲ ଠାରେ ନିଃସ୍ବାର୍ଥ ପର ଭାବେ ଶ୍ରୀ ଶତପଥୀ ଶିକ୍ଷକତା କରି ଅବସର ଗ୍ରହଣ କରିଛନ୍ତି ।ସେ ଛାତ୍ର ବଛ୍ଛଳ ଓ ଲୋକପ୍ରିୟତା ଯୋଗୁଁ ସର୍ବଦା ମନେ ରହିବେ ।ଶ୍ରୀଯୁକ୍ତ ଶତପଥି ଉତ୍ତମ ଛାତ୍ର ତିଆରି କରିବାର କାରାଖାନା କହିଲେ କିଛି ଭୂଲ ହେବ ନାହିଁ ବୋଲି ଯୋଗ ଦେଇ ଥିବା ଶିକ୍ଷକ ମାନେ ମତ ପ୍ରକାଶ କରିଥିଲେ । କେବଳ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରିବାରେ ସିମିତ ନଥିଲେ ସାରେ ।   ଛାତ୍ରଛାତ୍ରୀଙ୍କ ସହ ଉତ୍ତମ ସଂପର୍କ ରଖି ଡ୍ରାମା , ଗୀତ , କ୍ରିଡା ରେ ଛାତ୍ରଛାତ୍ରୀଙ୍କୁ ଆଗକୁ ନେବା ପାଇଁ ଅହରହ ଉଦ୍ୟମ କରୁଥିଲେ । ଏପରିକି   ସ୍କୁଲ ଡ୍ରାମା ରେ ଛାତ୍ରଛାତ୍ରୀଙ୍କ ସହ ମିଶି ଅଭିନୟ କରିଥିଲେ । ନାଟକ ଜ୍ଜଳା ର ଅଭିନୟ ଏବେ ଛାତ୍ରଛାତ୍ରୀ ମାନେ ମନେ ରଖିଛନ୍ତି । ଶିକ୍ଷକ ଅବସର ନେବା ପରେ ପରବର୍ତ୍ତ ସମୟ ସୁଖମୟ ହେଉ ବୋଲି ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି ପୁନାତନ ଛାତ୍ରଛାତ୍ରୀ । ଅବସର ଗ୍ରହଣ ଉତ୍ସବ ରେ ଶିକ୍ଷକ ସତ୍ଯ ନାରାୟଣ ଗଡତିଆ , ବନ୍ଦିତା ବିଶ୍ବାଳ , ରାଜ କୁମାର ନାୟକ , କେଦାର ସାହୁ , ଏଲୋରା ମେହେର , କିଶୋର ପଣ୍ତା , ନନ୍ଦିଘୋଷ ଭୋସାଗର ପ୍ରମୁଖ ଉପସ୍ଥିତ ଥିଲେ ।
ଭେଡେନ ରୁ ଭବାନୀଶଂକର ପାଢୀ କଂ ରିପୋର୍ଟ ,୩୦/୬/୨୦୨୧,୧୦,୧୫----  Sakhigopal News, 30/6/2021

Blog Archive

Popular Posts