ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ
ଭଞ୍ଜନଗର---- ଗାଙ୍ଗପୁରର ଥାନା ଅନ୍ତର୍ଗତ ନେଟଙ୍ଗା ଗାଁ ରେ ନିଜ ଘରେ ମୋଟର ପମ୍ପ ର ସୁଇଚ୍ ମାରିବା ବେଳେ ବିଦ୍ୟୁତ ଆଘାତ ପାଇ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ ଅରୁଣ ନାୟକଙ୍କ ସ୍ତ୍ରୀ ଲକ୍ଷ୍ମୀ ନାୟକ (୨୭) । ଗାଙ୍ଗପୁର ଥାନା ପୋଲିସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ , ଶନିବାର ସକାଳ ପ୍ରାୟ ୯ ଟା ସମୟରେ ନିଜ ଘରର ପାଣି ମୋଟର ପମ୍ପ ଲଗାଇବା ପାଇଁ ସୁଇଚ୍ ମାରିବା ବେଳେ କୈାଣସି କାରଣରୁ ବିଦ୍ୟୁତ ସରବରାହ ହେବାରୁ ଲକ୍ଷ୍ମୀ ନାୟକ ଗୁରୁତର ଆହତ ହୋଇଥିଲେ । ସେଠାରୁ ପରିବାର ଲୋକେ ଚିକିତ୍ସା ପାଇଁ ଭଂଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଗାଙ୍ଗପୁର ଥାନା ପୋଲିସ ମେଡିକାଲ ରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ସ୍ବାମୀ ଅରୁଣ ନାୟକଙ୍କ ଏତାଲା ଅନୁସାରେ ଥାନା କେଶ୍ ନମ୍ବର ୧୨/୨୧ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛନ୍ତି ଗାଙ୍ଗପୁର ଥାନାଧିକାରୀ ଧିରେଶ୍ କୁମାର ଦାସ । ଅନ୍ୟପକ୍ଷରେ ମୃତ ମହିଳା ଓ ତାଙ୍କ ସ୍ବାମୀ , ଗରୀବ ପରିବାର ର ହୋଇଥିବାରୁ ଦିନମଜୁରିଆ ଭାବେ କାମ କରି ଜୀବିକା ନିର୍ବାହ କରୁଥିଲେ । ତାଙ୍କର ୬ ବର୍ଷ ର ଓ ୩ ବର୍ଷ ର ଦୁଇଟି ଝିଅ ଅଛନ୍ତି । ଏବେ , ମା'ଛେଉଣ୍ଡ ଦୁଇ ସନ୍ତାନ ଙ୍କ ପାଇଁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବା ଆବଶ୍ୟକ ହୋଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ନିବେଦନ କରିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୨୭/୬/୨୦୨୧---୧୨,୪୦ Sakhigopal News,27/6/2021