ବାରହା ଶିକାର କରିବାକୁ ଯୋଜନା କରୁଥିବା ବେଳେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ହାତରେ ଧରାପଡିଲେ ଯୁବକ
ଭଞ୍ଜନଗର ----- ବାରହା ଶିକାର କରିବା ପାଇଁ ଯୋଜନା କରୁଥିବା ବେଳେ ଶିକାରୀକୁ କାବୁ କଲା ବନ ବିଭାଗ । ଭଞ୍ଜନଗର ଭତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ବନାଞ୍ଚଳର ଜଗନ୍ନାଥପ୍ରସାଦ ସେକସନର ତିରିକୃପା ବିଟି ଅନ୍ତର୍ଗତ ଢୁଙ୍ଗାପଲ୍ଲୀ ଗ୍ରାମ ନିକଟ ରେ ଥିବା ପାହାଡରେ ବାରହା ଶିକାର ପାଇଁ ଯୋଜନା କରୁଥିବା ବେଳେ ବନବିଭାଗ କର୍ମଚାରୀ ମାନେ କାବୁ କରିବାରେ ସକ୍ଷମ ହେଇଥିଲେ । ଗିରଫ ଶିକାରୀ ହେଲେ ସୁକୁଟା ବେହେରା । ଖବର ନେବାରେ ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ କୈଣସି ସୁତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରି ଶିକାରୀ ସୁକୁଟାକୁ ଗିରଫ କରିବା ସହ ବ୍ୟବହୁତ ସରଜାମକୁ ଜବତ କରି ଜଗନ୍ନାଥପ୍ରସାଦ ବନାଞ୍ଚଳ କାର୍ଯ୍ୟଳୟ ନେଇଥିବା ଜଣାପଡିଛି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ,୨୮/୬/୨୦୨୧ ---୧୦,୫୦ Sàkhigopal news ,28/6/2021