Breaking News

ରଜ ପର୍ବ ଶେଷ ଦିନରେ ଠାକୁରାଣୀ ଗାଧୁଆ ଅନୁଷ୍ଠିତ


 ସାକ୍ଷୀଗୋପାଳ-------ରାଜପର୍ବ ଶେଷ ଦିନରେ ଘରେ ଘରେ ଠାକୁରାଣୀ ଗାଧୁଆ ପର୍ବ ପାଳିତ ହୋଇଯାଇଛି । ସକାଳ ସାକଳୁ ଘରର ମା ମାନେ ନିତ୍ୟକର୍ମ ସାରି ଅଗଣାରେ ବା ଠାକୁରଙ୍କ ଘରେ ଚିତା, ମୁରୁଜ ପକାଇ ଠାକୁରାଣୀଙ୍କୁ ପୂଜା କରିଥାନ୍ତି ।  ବିଶେଷ କରି ଘରେ ଥିବା ଶିଳଓ ଶିଳପୁଆ ରଜ ତିନିଦିନ ସ୍ୱତନ୍ତ୍ର ପୂଜା ପାଇଥାନ୍ତି । ରଜରେ ଶିଳରେ ବଟା ବଟି ହୋଇନଥାଏ । ଶେଷ ରଜ ଦିନ ଶିଳଓ ଶିଳପୁଆକୁ ହଳଦି ଲଗାଇ ଗାଧୁଆ ପାଧୁଆ କରିବା ସହ ନୂତନ ବସ୍ର ରେ ରଖି ଫୁଲ, ଦୀପ, ଧୂପ ଦେବାସହ ଦୁବବରକୋଳିପତ୍ରରେ ବନ୍ଦାବନା କରାଯାଇଥାଏ । ଧୁଆମୁଗ, ଚିନି, ଆମ୍ବ, ପଣସ, ସପୁରୀ ,ନଡିଆ , କଦଳୀ ଆଦି ଭୋଗ କରାଯାଇଥାଏ । ମାଙ୍କୁ ପୂଜା କରି ଏ ବର୍ଷ ଶାନ୍ତି ସୁଖ, ଆନନ୍ଦ ଘରେ ରହିବା ପାଇଁ ମାଙ୍କ ପାଖେ ମହିଳା ମାନେ ଆର୍ଶିବାଦ ଭିକ୍ଷା କରିଥାନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୧----୯,୨୦   Sakhigopal News, 17/6/2021

Blog Archive

Popular Posts