ସକ୍ରିୟ ହେଉଛନ୍ତି କାଠ ମାଫିଆ ,; କଟାଯାଇଥିବା ମୂଲ୍ୟବାନ କାଠ କୁ ଜବତ କଲା ବନବିଭାଗ
ଭଞ୍ଜନଗର---- କରୋନା କଟକଣା ଯୋଗୁଁ ସମସ୍ତେ ଏବେ ସତର୍କ ଓ ସଜାଗ ରହିଛନ୍ତି । ଅସାଧୁ ଓ କାଠ ମାଫିଆ ମାନଙ୍କ ପାଇଁ ଏବେ ପୁଷମାସ ପାଳି ପଡ଼ିଛି । ଯାହାର ଉଦାହରଣ ନଜରକୁ ଆସିଛି , କେନ୍ଦ୍ରିୟ ବନ୍ୟାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ଫରେଷ୍ଟ ସେକ୍ସନ ରେ । ଗତ ବର୍ଷ କରୋନା କଟକଣା ଠାରୁ ବର୍ତମାନ ସମୟ ପର୍ଯ୍ୟନ୍ତ ଗାଙ୍ଗପୁର ଅଞ୍ଚଳର ବିଭିନ୍ନ ଜଙ୍ଗଲ ଉପରେ ଆଖି ପକାଇଛନ୍ତି କାଠ ମାଫିଆ ମାନେ । ଦିନ ହେଉ କି ରାତି ହେଉ ସୁବିଧା ଦେଖିଲେ , ମୂଲ୍ୟବାନ କାଠକାଟି ଲୁଟି ନେଉଛନ୍ତି କାଠ ମାଫିଆ । କିଏ ଜଙ୍ଗଲରୁ କାଠ ନେବାରେ ସଫଳ ହେଉଛି ତ କିଏ ବନ କର୍ମଚାରୀଙ୍କ ହାତରେ ଧରାପଡୁଛି । ଆଉକିଏ ଧରାପଡ଼ିବା ଭୟରେ ଜଙ୍ଗଲରେ କାଟିଥବା କାଠ ଛାଡି ଚମ୍ପଟ ମାରୁଛି । ଯାହାର ଉଦାହରଣ ଗତକାଲି ଏହି ଗାଙ୍ଗପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବିଞ୍ଜଗିରି ବିଟ୍ ର ଘଟଣା ରୁ ଜଣାପଡିଛି । ଏଠାରେ କିଛି ମାଫିଆ ମୂଲ୍ୟବାନ ଶାଗୁଆନ୍ କାଠ କଟିଥିଲା ବେଳେ , କୈାଣସି ସୂତ୍ରରୁ ସ୍ଥାନୀୟ ବନ ସୁରକ୍ଷା ସମିତି ର କର୍ମଚାରୀ ମାନେ ଖବର ପାଇ ବନବିଭାଗ କୁ ଖବର ଦେଇଥିଲେ । ସ୍ଥାନୀୟ ବନପାଳ ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମୂଲ୍ୟବାନ କାଠ କୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛନ୍ତି । ଏହାସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବାପାଇଁ ସ୍ଥାନୀୟ ବିଭାଗୀୟ କର୍ମଚାରୀ ଙ୍କ ତତ୍ପରତା ଆରମ୍ଭ ହୋଇଥିବା ଜଣାପଡିଛି । ବନ ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ବାରା ମାଫିଆ ଙ୍କ ଭିତରେ ଏବେ ଛନକା ପଶିଥିବା କୁହାଯାଉଛି । ଅନ୍ୟପକ୍ଷରେ ବର୍ତମାନ ସମୟରେ , ଜଙ୍ଗଲ ଭିତରେ ମୂଲ୍ୟବାନ କାଠ କୁ , ମାଫିଆ ମାନେ କାଟିବା ଏବଂ ସ୍ଥାନୀୟ ଲୋକେ ଏହାକୁ ଠାବ କରିବା , ଏହା ସ୍ଥାନୀୟ କର୍ମଚାରୀ ଙ୍କ ଜଙ୍ଗଲ ଜଗିବା ଓ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କରୋନା କାଳରେ ସ୍ଥାନୀୟ କର୍ମଚାରୀ ମାନେ , ବୋଧହୁଏ ଜଙ୍ଗଲ ଜଗିବା ଦାୟିତ୍ବ ଠାରୁ ଦୂରେଇ ରହୁଛନ୍ତି କି ବୋଲି ବୁଦ୍ଧି ଜୀବୀମାନେ କହନ୍ତି । ଯାହାର ଫାଇଦା କାଠମାଫିଆ ମାନେ ହାତଛଡ଼ା କରିବାକୁ ପଛାଇନାହାନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏହି କାଠ ଚୋରି ସମ୍ପର୍କରେ ତନାଘନା କଲେ , ଚୋରା କାଠ କାରବାର ର ପ୍ରକୃତ ଘଟଣା ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୨୩/୬/୨୦୨୧--୯,୦୦ Sakhigopal News, 23/6/2021