ସତ୍ୟବାଦୀରେ ବିଶ୍ୱ ଯୋଗ ଦିବସ ପାଳିତ =
ସାକ୍ଷୀଗୋପାଳ ----- ସତ୍ୟବାଦୀ ପତଞ୍ଜଳି ଯୋଗ ପରିବାର ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରିଙ୍କ ସହଯୋଗରେ ଯୋଗ ଶିକ୍ଷକ ସୁବାଷ ଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ କୋଭିଡ-୧୯ ଆଇନ ଅନୁଯାୟୀ ସାମାଜିକ ଦୁରତା ରକ୍ଷା କରାଯାଇ ଯୋଗ ଶିକ୍ଷା କରାଯାଇଥିଲା । ଏହି ଶିବିରରେ ସତ୍ୟବାଦୀ ଦାଶ, ସହିତ ଉମେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ୍ର ଓ ଅନ୍ୟ ସଦସ୍ୟ ମାନେ ଯୋଗ ଶିବିରରେ ଉପସ୍ଥିତ ରହିଥିଲେ । ପତଞ୍ଜଳି ମିଡିଆ ପ୍ରଭାରୀ ବିଷ୍ଣୁ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ବିବେକାନନ୍ଦ ଯୋଗ ସମିତି ଅଳଗୁମ ପକ୍ଷରୁ ପ୍ରାଚୀନ ଶୈବପୀଠ ଗତେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଡ, ଯୋଗେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ କରନ୍ତୁ ସୁସ୍ଥ ରହନ୍ତୁ ସ୍ଳୋଗାନ ଦେଇ ଯୋଗ ଶିବିର କରାଯାଇଥିଲା । ଯୋଗ ଶିବିରର ସମ୍ପାଦକ ପ୍ରଶାନ୍ତ କୁମାର ବିଶ୍ୱାଳ ଯୋଗର ଉପକାରିତା ସମ୍ପର୍କରେ କହିଥିଲେ । ଶଚୀକାନ୍ତ ଜେନା, ରବିନ୍ଦ୍ର କୁମାର ସାହୁ, ଉପେନ୍ଦ୍ର ପଣ୍ଡା, ହେମନ୍ତ ରଥ, ମହେଶ୍ୱର ମହାରଣା, ଟୁବୁଲି ମହାନ୍ତି, ଗାୟତ୍ରୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ସାମାଜିକ କର୍ମୀ ଯଯାତୀ କେଶରୀ ରାୟ ଶିବିର ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯,୩୦, ୨୧/୬/୨୦୨୧ Sakhigopal News,21/6/2021