ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା ରାଲି
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଡାକବାଜି ଦ୍ୱାରା ରାଲି ଅନୁଷ୍ଠିତ ହୋଇଯାଇଛି । ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା, ସାମାଜିକ ଦୂରତା , ଟିକା ନେବା, ସମ ଦୂରତା ରଖି ସରକାରଙ୍କ ନୀୟମ ମାନି ଚଳିବାକୁ ଲୋକ ମାନଙ୍କୁ ଡାକବାଜି ମାଧ୍ୟମରେ ସୁ ମଧୁର ସଂଗୀତ ମାଧ୍ୟମରେ ସଚେତନତା କରାଯାଇଥିଲା । ଏହି ସଚତେନତା କାର୍ଯ୍ୟକ୍ରମରେ ଅଙ୍ଗନୱାଡି ଦିଦି ଝରଣା ଦାସ, କର୍ମୀ ସୁରେଖା ଦାଶ ରାଲିକୁ ପରିଚାଳନା କରିଥିଲେ । ୧୦ ଓ ୧୧ନଂ ୱାର୍ଡରେ ପ୍ରଚାର କରାଯାଇଥିଲା । ଏହି ସଚେତନତା ରାଲିରେ ଗ୍ରାମବାସୀ ବିଜୟଲକ୍ଷ୍ମୀ ଦାଶ, ବାସନ୍ତି ନନ୍ଦ, କଲ୍ରାଣି ଦାଶ ପ୍ରମୁଖ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ମହିଳା ସ୍ୱାସ୍ଥ୍ୟ କର୍ମୀ ସୌଦାମିନୀ ସାହୁଙ୍କ ତତ୍ୱବଧାନରେଏହି ରାଲି ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୬/୨୦୨୧----୪,୩୫, Sakhigopal News, 27/6/2021