ଭଂଜନଗର ରେ ପୁଣି ଅପମିଶ୍ରଣ ଖାଦ୍ୟ ସାମଗ୍ରୀ , ଗୁମର ଖୋଲୁଛି ପୋଲିସ୍,ମରିଚ ଓ ମସଲା ଗୁଣ୍ଡ ଭେଜାଲ
ଭଞ୍ଜନଗର--- ତେଲ ଓ ଘିଅ ପରେ ଏବେ ମରିଚ ଓ ମସଲା ଗୁଣ୍ଡ ଅପମିଶ୍ରଣ । ଭଞ୍ଜନଗର ସହରରେ ଅପମିଶ୍ରଣ ବ୍ୟବସାୟ ର ଏହା ଦ୍ବିତୀୟ ଘଟଣା । ଖାଦ୍ୟ ଓ ବ୍ୟବହାର ଉପଯୋଗୀ ସାମଗ୍ରୀ ରେ ଭେଜାଲ କାରବାର , ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ପାଇଁ ନୂଆଁ ନୂଆଁ ଲାଗୁଛି । ଅନ୍ୟ ପକ୍ଷରେ ରାତାରାତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ଲୋଭରେ ଅସାଧୁ ବ୍ୟବସାୟୀ ଙ୍କ ଏଭଳି କାରନାମା ଏବେ ପଦାକୁ ଆସିଛି ।ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଖାଉଟି ଓ ଜନସାଧାରଣ । ଯାହାକି ଖୋଦ୍ ଭଞ୍ଜନଗର ସହର ମଝିରେ ଥିବା ପରିବା ମାର୍କେଟ ନିକଟ ବେଦିରିସାହି ଠାରେ ଥିବା "ପଣ୍ଡା ରାଇସ୍ ମିଲ୍" ରେ ଚଢ଼ାଉ କରି ଅପମିଶ୍ରଣ କାରବାର ର ପର୍ଦ୍ଦାଫାଶ କରିଛି ଭଂଜନଗର ପୋଲିସ । ସୂଚନା ଅନୁସାରେ ଦୀର୍ଘ ବର୍ଷ ଧରି ଏଠାରେ ରାଇସ୍ ମିଲ୍ ନାମରେ ମରିଚ ଗୁଣ୍ଡ ଓ ହଳଦୀ ଗୁଣ୍ଡ କରି ତାହାକୁ ଅପ ମିଶ୍ରଣ କରାଯାଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ତେବେ କୈାଣସି ସୂତ୍ରରୁ ସୂଚନା ଓ ଅଭିଯୋଗ ପାଇ ଭଞ୍ଜନଗର ପୋଲିସ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଅପମିଶ୍ରଣ ହେଉଥିବା ନେଇ ପୋଲିସ ଜାଣିବା ପରେ ସମସ୍ତ ସାମଗ୍ରୀ ଜବତ କରିଥିଲା । ୧୫୦ ପକେଟ୍ ହଳଦି ଗୁଣ୍ଡ , ୧୧୩ ପକେଟ୍ ମରିଚ ଗୁଣ୍ଡ , ଗୋଟା ହଳଦୀ , ଶୁଖିଲା ଲଙ୍କା , ଚାଉଳ ପକେଟ୍ ଓ ମେସିନ୍ ଜବତ କରିବା ସହ ୨୫୨/୨୧ ରେ ମାମଲା ରୁଜୁ କରି ବାବୁରାମ ପଣ୍ଡା ଙ୍କୁ ଗିରଫ କରିଛି । ଏହି ଚଢ଼ାଉ ରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର , ଥାନାଧିକାରୀ ସୁଦୀପ୍ତ କୁମାର ସାହୁ , ଏସ୍ ଆଇ ସମୀର ବେହେରା , ଏ ଏସ୍ ଆଇ ମନସ୍ବିନୀ ମହାନ୍ତି ଓ ପୋଲିସ ଟିମ୍ ସାମିଲ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୨୦/୬/୨୦୨୧---୪,୩୦ Sakhigopal News,20/6/2021