ଭାର୍ଗବୀ-ରତ୍ନଚିରା ଜଳ ନିଷ୍କାସନ ନାମରେ ବ୍ୟାପକ ଅନିୟମିତତା ; ଚାଷୀ ଅସନ୍ତୋଷ , =ଜନସ୍ୱାର୍ଥ ମାମଲା ପାଇଁ ସଜବାଜ
ସାକ୍ଷୀଗୋପାଳ ----- ଭାର୍ଗବୀ - ରତ୍ନଚିରା ଜଳ ନିଷ୍କାସନ ପ୍ରଣାଳୀର ନୂଆଗାଁ ଦକ୍ଷିଣ ପାଶ୍ୱର୍ ଖଲାସି ଡ୍ରେନେଜର ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୪ କୋଟି ଟଙ୍କା ଅର୍ଥ ବରାଦ କରାଯାଇଛି । ଡ୍ରେନେଜ ସଫେଇ ନାମରେ ବ୍ୟାପକ ଅନିୟମିତତା କରାଯାଇଛିବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଚାଷୀ ମାନେ ଏକାଠି ହୋଇ ଆନ୍ଦୋଳନ ପାଇଁ ସଜବାଜ ହେବା ସହ ଉଚ୍ଚ ନ୍ୟାୟଳୟରେ ଏକ ଜନସ୍ୱାଥଁ ମାମଲା ରୁଜ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ଏହି ଖଲାସି ନାଳ ଯେଉଁପରି ଭାବେ କାମ ହୋଇଛି ନ କହିବା ଭଲ । ଗୋଟିଏ ଅସରା ବର୍ଷା ହେଲେ ମାଟି ସବୁ ଧୋଇକି ଉକ୍ତ ନାଳରେ ପଶିବା ଆରମ୍ଭ କରିଛି । ଯାହାକି ଆଗ ଅପେକ୍ଷା ନାଳ ପୋତି ହୋଇଯିବ ବୋଲି ଚାଷୀ ମାନେ କହନ୍ତି ।
ଚାଷୀ ମାନେ ଯାହା କିଛି ଧାନ ପାଉଥିଲେ ଏ ବର୍ଷ ସେତିକି ପାଇବେ ନାହିଁ ସନ୍ଦେହରେ ରହିଛନ୍ତି । ଏହାକୁ ନେଇ ଚାଷୀ ମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କୁ ଜଣାଇଥିଲେ । ଚାଷୀ ମାନଙ୍କ ଠାରୁ ଅଭିଯୋଗ ପାଇବା ପରେ ଓମ ପ୍ରକାଶ ମିଶ୍ର, ଦୀପକ ଶତପଥୀ, ରତିକାନ୍ତ ମିଶ୍ର, ସୁବାଷ ଚନ୍ଦ୍ର ଜେନା, କମଳା କାନ୍ତ ମିଶ୍ର, ବୃନ୍ଧାବନ ମହାପାତ୍ରଙ୍କ ସହିତ ସତ୍ୟ ନାରାୟଣ ମହାପାତ୍ର ଓ ଉକ୍ତ ଅଞ୍ଚଳର ଶତାଧିକ ଚାଷୀ ମାନେ କରାଯାଇଥିବା କାମ ଦେଖିଥିଲେ । କାର୍ଯ୍ୟକୁ ଯିଏ ଦେଖିବ ସେ କହିବ କିପରି ରାଜ୍ୟ ସରକାରଙ୍କ ଅର୍ଥ ତୋଷାରପାତ କରାଯାଉଛି । ବିଶେଷ କରି ରାୟଖଣ୍ଡି, ମହୁରା, ବଳରାମପୁରଗଡ, ଉଛୁପୁର ଆଦି ଗ୍ରାମ ପଞ୍ଚାୟତର ଶହ ଶହ ଏକର ଜମି ପାଣି ନିଷ୍ପାସନ ନ ହୋଇ ପାରି ଜଳମଗ୍ନ ହୋଇ ପଡୁଛି । ଏଠାରେ ସ୍ଥାୟୀ ପ୍ରତିକାର କରିବା ପାଇଁ ବାରଧ୍ର ଚାଷୀ ମାନେ ଦାବି କରିଆସୁଥିଲେ । ଚାଷୀ ମାନଙ୍କ ଦାବିକୁ ସରକାର ଗ୍ରହଣ କରି ଉକ୍ତ ସଫେଇ ନାଳ ପାଇଁ ଟେଣ୍ଡର କରାଯାଇଛି । ଏହି ସଫେଇ ନାଳ ଯେଉଁପରି କାର୍ଯ୍ୟ କରାଯାଇଛି ତାହା ଅତି ନିମ୍ନ ମାନର ବୋଲି ଜଣାପଡିଛି । ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ଏକ ଜନସ୍ୱାର୍ଥ ମାମଲା ରୁଜ କରାଯିବ ବୋଲି ବିଜେପି ନେତା ଶ୍ରୀ ମିଶ୍ର କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୬/୨୦୨୧--୭.୪୫,, Sakhigopal News, 9/6/2021