Breaking News

ଡେଲାଙ୍ଗରେ ମିଲର ଓ ପ୍ରଶାସନ ସଲାସୁତରା , ଚାଷୀ ହତାସ

 ଡେଲାଙ୍ଗ  -=----  ପୁରୀ ଜିଲ୍ଲାଡେଲାଙ୍ଗ ବ୍ଳକରେ ମିଲର ଓ ପ୍ରଶାସନର ସଲାସୁତରାରେ ଚାଲିଛି ରବି ରୁତ ଧାନ ମଣ୍ଡି ।  ସରକାରୀ ଧାନମଣ୍ଡୀରେ  ମିଲର ମାନେ ଧାନ ନ କିଣି ସେମାନଙ୍କର ମିଲିରେ ଧାନ କିଣି ବିକା କରାଯାଉଛି । ଏହାକୁ ନେଇ ଚାଷୀ ମାନେ ଘୋର ିରୋଧ କରିଛନ୍ତି । ସୁଚନାଯୋଗ୍ୟଯେ ବେରବୋଇ ସମବାୟ ସମିତି ନିକଟରେ ସରକାରଙ୍କ ପକ୍ଷରୁ ଏକ ଖଳାବାରୀ ରହିଛି । ଯାଗାର ଅଭାବର ଆଳ ଦେକାଇ ମିଲର ମାନେ ନିଜ ନିଜ ମିଲରେ ଧାନ କିଣାବିକା କରୁଛନ୍ତି । ଯାହା ଫଳରେକି ମିଲର ମାନେ ନିଜ ମିଲର ମାନେ ବଡ ବଡ ହାଇସ୍ପିଡ ଫ୍ୟାନ ଯୋଗେ ଧାନ ଉଡାଇ ଦେଉଥିବାରୁ  ଚାଷୀ ମାନଙ୍କର ବ୍ୟାପକ କ୍ଷତି ହେଉ+ଛି । ମନଇଛା ମିଲର ମାନେ କାଟଛାଟ କରୁଛନ୍ତି । ସମିତି ବା ଧାନ କେନ୍ଦ୍ର ନିକଟରେ ଧାନ ନଉଠାଇବା ଯୋଗୁ ଚାଷୀ ମାନ ଅଦିନିଆ ବର୍ଷାରେ ବ୍ୟାପକ କ୍ଷତି ହେଉଛି , କାଟଛାଟ ବନ୍ଦ କରିବା, ମଣ୍ଡିରେ ଧାନ ଖରିଦ କରିବା ସହ ଚାଷୀ ମାନଙ୍କୁ ନଗଦ ଅର୍ଥ ପ୍ରଦାନ କରିବା ପାଇଁ ଅଲ ଇଣ୍ଡିଆ କିଷାନକ୍ଷେତ ମଜଦୁର ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏ. ଆଇ. କେ. କେ, ଏମ, ଏସର ଓଡିଶା ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥଦାସ, ବେରବୋଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜ କିଶୋର ଆଳୁକ, ସଂଗଠନର ଡେଲାଙ୍ଗ ବ୍ଳକ ସଭାପତି  ଦୀନବନ୍ଧୁ ପରିଡା ଓ ସମ୍ପାଦକ  ବଟକୃଷ୍ଣ ସ୍ୱାଇଁ ପ୍ରମୁଖ ନେତୃବୃନ୍ଦ ଦାବି କରିବା ସହ ମିଲର ମାନଙ୍କ ବିରୁଧରେ ଲଗାତର ଆନ୍ଦୋଳନ କରାଯିବ ସଂଗଟନ ପକ୍ଷରୁ କୁହାଯାଇଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୬/୨୦୨୧--୭,୫୦,. Sakhigopal News , 9/6/2021

Blog Archive

Popular Posts