ଷଣ୍ଢ ଆକ୍ରମଣରେ ତିନଜଣ ଆହତ
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳରାମପୁରଗଡ ପଞ୍ଚାୟତର ନୂଆବୁଢ଼ାକେରା ଗ୍ରାମରେ ଏକ ଷଣ୍ଢ ଆକ୍ରମଣରେ ତିନିଜଣ ଗୁରୁତର ଭାବେ ଆହତ୍ ହୋଇ ଚିକିତ୍ସା ହେଉଛନ୍ତି । ସେମାନେ ହେଲେ ସତ୍ୟନାରାୟଣ ମିଶ୍ର ( ୨୬) , ବଳରାମ ବେହେରା (୨୫) ଓ ମଙ୍ଗୁ ସାହୁ(୪୦) ବୋଲି ଜଣାପଡିଛି । ସ୍ଥାନୀୟ ଲୋକମାନେ ବଲଙ୍ଗା ଥାନା ଓ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କେହି ନ ଯିବାରୁ ଶେଷରେ ସତ୍ୟବାଦୀ ପଶୁ ଚିକିତ୍ସା ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ରଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପଶୁ ଚିକିତ୍ସା ଅଧିକାରୀ ପହଞ୍ଚି ଷଣ୍ଢଟିକୁ ଟ୍ରାଙ୍କୁଲାଇଜର କରିବା ପରେ ଷଣ୍ଢଟି ଶୋଇଥିଲା । ତାପରେ ଷଣ୍ଢର ଚିକିତ୍ସା କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୬/୨୦୨୧--୭.୪୫= Sakhigopal News, 9/6/2021