ଦରଦାମ ବୃଦ୍ଧି ପ୍ରତ୍ୟାହାର ଆଦି ଦାବିରେ ଏସ.ୟୁ. ସି, ଆଇ ପକ୍ଷରୁ ପ୍ରତିବାଦ ଦିବସ ପାଳିତ =
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ପ୍ରତି ବ୍ଳକ ଓ ଜିଲ୍ଲାରେ କୋଭିଡ ହସ୍ପିଟାଲ ନିର୍ମାଣ, ନିତ୍ୟ ବୃବହୁତ ଖାଦ୍ୟ ଜିନିଷର ଦରଦାମ ବୃଦ୍ଧି ବନ୍ଦ ଆଦି ଦାବିରେ ଏସ. ୟୁ.ସି, ଆଇ ପକ୍ଷରୁ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏସ. ୟୁ.ସି, ଆଇ କର୍ମାମାନେ ପ୍ଳାକର୍ଡ ଓ ବ୍ୟାନର ଧରି ବେରବୋଇ ଠାରେ ପ୍ରତିବାଦ ଜଣାଇଛନ୍ତି । ପାର୍ଟିର ରାଜ୍ୟ ସମ୍ପାଦକ ରଘୁନାଥ ଦାସ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କରିବାରେ ସମ୍ପୁର୍ଣ ବିଫଳ ବୋଲି କହିଥିଲେ । ଏବଂ ଏହାର ନିରାକରଣ ପାଇଁ ପ୍ରତି ବ୍ଳକ ଓ ଜିଲ୍ଲାରେ କୋଭିଡ ମେଡିକାଲ କରିବା , ରନ୍ଦନ ଗ୍ୟାସ, ପ୍ରେଟ୍ରୋଲ, ଡିଜେଲ ସହିତ ନିତ୍ୟ ବୃବହୃତ ସମାଗ୍ରୀର ଦରଦାମ ବୃଦ୍ଧି ବନ୍ଦ କରିବାକୁ ଦାବି କରିବା ସହ ମଦକୁ ଓଡିଶାରୁ ନିଷେଧ କରିବାକୁ ଦାବି କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଡେଲାଙ୍ଗ ଆଞ୍ଚଳିକ କମିଟିର ସମ୍ପାଦକ କମ୍ରେଡ ଦୀନବନ୍ଧୁ ପରିଡା, ରାଜ କିଶୋର ଆଳୁକ, ଗଙ୍ଗାଧର ପ୍ରଧାନ, ବଟକୃଷ୍ଣ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ୪ ଦଫା ସମ୍ମଳିତ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଅନଲାଇନିରେ ପଠାଯାଇଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୬/୨୦୨୧---୭,୦୦