ତୈଳ , ଗ୍ୟାସ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସମାଗ୍ରୀର ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଧାରଣା
ଡେଲାଙ୍ଗ ----ତୈଳ ଓ ଗ୍ୟାସ ଓ ନିତ୍ୟ ବୃବହୃତ ଖାଦ୍ୟ ସମାଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଡେଲାଙ୍ଗରେ ଥିବା ସମସ୍ତ ତେଲ ଟାଙ୍କି ଆଗରେ କଂଗ୍ରେସ ଦଳ ପକ୍ଷରୁ ଚାରି ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପିପିଲି- ଡେଲାଙ୍ଗ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନଙ୍କ ନେତ୍ୱତୃରେ ଶତାଧିକ କଂଗ୍ରେସ କର୍ମୀ ମାନେ ତେଳଟାଙ୍କି ଆଗରେ ବିଭିନ୍ନ ଲେଖା ଥିବା ବ୍ୟାନର ଓ ପ୍ଳାର୍କଡ ଧରି କେନ୍ଦ୍ର ସରକାରଙ୍କ ବିରୁଧରେ ନାରାବାଜି କରିଥିଲେ । ରାଜ୍ୟରେ ଦୁତୀୟ ଲହର କରୋନା ତାର କାୟା ବିସ୍ତାର କରିଥିବା ବେଳେ କେନ୍ଦ୍ରରେ ମୋଦୀ ସରକାର ଲଗାତର ଭାବେ ତୈଳ, ରନ୍ଦନ ଗ୍ୟାସ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସମାଗ୍ରୀର ଆକଶଛୁଆଁ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କ ଠାରୁ ଲୁଟି ଚାଲିଛନ୍ତି । ବର୍ଦ୍ଧିତ ଦର ପ୍ରତ୍ୟାହାର କରିବା ଦାବୀରେ ଅଖିଳ ଭାରତ କଂଗେସ କମିଟିର ସାଧାରଣ ସମ୍ପାଦକସାସଂଦ ଜେ,ସି, ଭେନୁଗୋପାଳଙ୍କ ଆହ୍ୱନ କ୍ରମେ ସକାଳ ୭ ଘଟିକା ଠାର ୧୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଡେଲାଙ୍ଗ ବ୍ଳକ କଂଗ୍ରେସ ସଭାପତି ରବି ଦାଶ, ବ୍ଳକ ମହିଳା ସାଭନେତ୍ରୀ ନିରୁପମା ପାତ୍ର.ବ୍ଳକ ଯୁବ ସଭାପତି ବିନୋଦ କୁମାର ସ୍ୱାଇଁ, ଯୁବନେତା ନିର୍ମଳ ପରିଡା, ପ୍ରହଲ୍ଲାଦ ପ୍ରଧାନ, ସାନ୍ତନୁ ତ୍ରିପାଠୀ, ମାନସ ସ୍ୱାଇଁ, ବିଶ୍ୱରଞ୍ଜନ ବଳବନ୍ତରାୟ., ପ୍ରଶାନ୍ତ ପଟ୍ଟନାୟକ, ପ୍ରକାଶ ନାୟକ, ଜବାହାର ବିଶ୍ୱାଳ,ପ୍ରକାଶ ପ୍ରଧାନ, ସୈମ୍ୟରଞ୍ଜନ ବରାଳ, ଅଶୁଂମାନ ପ୍ରଧାନ ପ୍ରମୁଖ ଏହି ବିକ୍ଷୋଭ ଓଧାରଣାରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୬/୨୦୨୧, ୬,୫୦ Sakhigopal News, 11/6/2021