ମିଲର ମଣ୍ଡିରୁ ଧାନ ଉଠାଉନାହିଁ; ଚାଷୀ ଘେରିଲେ ଡେଲାଙ୍ଗ ପୁରୀ ନିମାପଡା ସମବାୟ ବ୍ୟାଙ୍କ
ଡେଲାଙ୍ଗ--ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଯୋଗାଣ ବିଭାଗର ଅପରାଗତ ଓ ମିଲରଙ୍କ ମନମୁଖୀ ଯୋଗୁ ଚାଷୀ ଏବେ ନିରୁପାୟ ହୋଇ ଡେଲାଙ୍ଗ ଷ୍ଟେସନ ସ୍ଥିତ ପୁରୀ ନିମାପଡା ସମ୍ମଳତି ବ୍ୟାଙ୍କ ଶାଖା ଆଗରେ ଜେନାପୁର ଗ୍ରାମ ପଞ୍ଚାୟତର ଚନ୍ଦ୍ରକୋଟ ସମବାୟ ସମିତି ଓ ଅଭୟମୁଖୀ ପଞ୍ଚାୟତର ବୀରମକୁନ୍ଦପୁର ସମବାୟ ସମିତିର ଶତାଧିକ ଚାଷୀ ମାନେ ଧାରଣା ଦେଇଛନ୍ତି । ଚାଷୀ ମାନେ ଅଭିଯୋଗ ଆଣିଛନ୍ତି ଯେ ଶ୍ରୀ ଗୋପାଳଜିଉ ମିଲର ଧାନ କିଣିବାପାଇଁ ଯୋଗାଣ ବିଭାଗ ପକ୍ଷରୁ ଅନୁମତି ପାଇଛି । ମାତ୍ର ବିଭିନ୍ନ ଆଳ ଦେଖାଇ ମିଲର ଧାନ ମଣ୍ଡିକୁ ଆସୁନାହିଁ । ଯାହା ଫଳରେକିମଣ୍ଡିରେ ଚାଷୀ ମାନଙ୍କର ଧାନ ପଡି ରହିଛି । ମିଲରକୁ ସମବାୟ ସମିତିର ସମ୍ପାଦକ ମାନେ କହିଲେ ମିଲର କିଛି ଶୁଣୁନାହାନ୍ତି ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷେ ଯେଉଁ ଚାଷୀ ମାନେ ଧାନ ବିକିବା ପାଇଁ ନାମ ପଞ୍ଜିକରଣ କରିଥିଲେ ବା ଟୋକେନ ପାଇଥିଲେ ସେମାନଙ୍କର ଟୋକେନର ସମୟ ସୀମା ଶେଷ ହୋଇଗଲାଣି । ଏବେ ସେମାନେ ଧାନ କିପରି ବିକିବେ ତାହାକୁ ନେଇ ବ୍ୟାଙ୍କ ଅଗାରେ ଚାଷୀ ମାନେ ବିକ୍ଷୋଭ ସହ ହେ ହଲ୍ଲା କରିଥିଲେ । ଖବର ପାଇ ପୂର୍ବତନ ବ୍ୟାଙ୍କର ଡାଇରେକ୍ଟର ତଥା ଡେଲାଙ୍ଗ ବ୍ଳକ ବିଜେଡି ସଭପତି ବୈରାଗୀ ଜେନା ଉତ୍ତେଜିତ ଚାଷୀ ମାନଙ୍କ ସହିତ ଆଲେଚନା କରିବା ସହିତ ସେମାନଙ୍କର ଦାବୀ ବହୁଶିଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାରୁ ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ । ଅନ୍ୟ ପକ୍ଷେ ଶ୍ରୀ ଜେନା କହିଛନ୍ତି ଯେଉଁମାନଙ୍କର ଟୋକେନରସମୟ ସୀମା ଶେଷ ହୋଇଯାଇଛି ସେ ଗୁଡିକ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହିତ ଆଲେଚନା କରି ସମାଧାନ କରାଯିବ । ଆବଶ୍ୟକ ପଡିଲେ ମିଲରଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ସେ ନିବେଦନ କରିବେ ବୋଲି କହିଛନ୍ତି ।
Delang , 11/6/2021---7,05, Sakhigopal News, 11/6/2021