ବାପାକୁ ହତ୍ୟା କରି ମୃତଦେହକୁ କୂଅରେ ପକାଇ ଦେଲା ପୁଅ
ଭଞ୍ଜନଗର-- ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗାଁ ନିକଟରେ ଜଣକୁ ହତ୍ୟା କରାଯାଇଛି । ନିଜେ ପୁଅ ହିଁ , ବାପାକୁ ହତ୍ୟା କରିଥିବା ନେଇ ଥାନା ରେ ଅଭିଯୋଗ ହୋଇଛି । ମୃତକ ହେଲେ କୃଷ୍ଣ ସାହୁ । ସୂଚନା ଯୋଗ୍ୟ ଯେ ଘରୋଇ କଳିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଗତ ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି । ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଅଭିଯୁକ୍ତ ସାନ ପୁଅ କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏନେଇ ମୃତକଙ୍କ ବଡ଼ପୁଅ ଥାନା ରେ ଲିଖିତ ଏତାଲା ଦେଇଥିବା ଭଂଜନଗର SDPO ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ବାପାକୁ ହତ୍ୟା କରି , ମୃତ ଦେହକୁ ଘରପଛପଟ କୂଅରେ ପକାଇ ଦେଇଥିଲା ପୁଅ । ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି , କୂଅ ଭିତରୁ ମୃତଦେହ ଉଦ୍ଧାର କରିଥିଲେ । ହତ୍ୟାକାରୀ ପୁଅ ଜଣକ ନାବାଳକ ହୋଇଥିବାରୁ , ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ୯/୬/୨୦୨୧---- ୪,୨୦ Sakhigopal News,9/6/2021