Breaking News

କିନ୍ନର ମାନେ ପାଳିଲେ ସାବିତ୍ରୀ ବ୍ରତ=


 ଜଟଣୀ----= ଓଡିଆ ଘରର ପରମ୍ପରାନୁସାରେ ସଧବା ମହିଳାମାନେ ସ୍ୱାମୀଙ୍କ ଦିର୍ଘାୟୁ କାମନାକରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।  କେବଳ ମହିଳା ନୁହେଁ ମହିଳା ରୁପଧାରୀ କିନ୍ନରମାନେ ମଧ୍ୟ ଏହି ବ୍ରତ ପାଳନ କରିଥିବା ଆଜି ଜଟଣୀରେ ଦେଖିବାକୁ ମିଳିଛି= । ସମାଜରେ ତୃତୀୟ ଲିଙ୍ଗରୁପେ ବିବେଚିତ ତଥା କିନ୍ନରମାନେ ସେମାନଙ୍କର ଗୋଷ୍ଠିର ମୁଖିଆଙ୍କୁ ନେଇ ଏହି ବ୍ରତ ପାଳନ କରିଛନ୍ତିି । ଠାକୁର ଘରେ ବ୍ରତୋତ୍ସବ ପାଳନ କରିବା ସହିତ ସାବିତ୍ରୀ ଉପାଖ୍ୟାନ ପାଠ କରିଥିଲେ । ଚଳିତ ବର୍ଷ  ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ପାଳନ ହୋଇଛି ସାବିତ୍ରୀ ବ୍ରତ । କୋଭିଡ କଟକଣା ଯୋଗୁଁ ମନ୍ଦିର ଯିବାଲାଗି ବାରଣ ହୋଇଥିବାରୁ ସାବିତ୍ରୀ ଉତ୍ସବ ପାଳନ କରୁଥିବା ହିନ୍ଦୁଧର୍ମର ମହିଳାମାନେ ନିଜ ନିଜ ଘରେ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଏହି କ୍ରମରେ ଜଟଣୀରେ ରହୁଥିବା ତୃତୀୟଲିଙ୍ଗ କିନ୍ନରମାନେ ନିଜନିଜ ଘରେ ପାଳନ କରିଛନ୍ତି । ପରମ୍ପରା ଅନୁସାରେ ମହିଳାମାନେ ସ୍ୱାମୀଙ୍କ ଦିର୍ଘାୟୁ କାମନା ପାଇଁ ପୂଜାର୍ଚ୍ଚନା କରିଥିବା ବେଳେ କିନ୍ନରମାନେ ସେମାନଙ୍କ ଗୋଷ୍ଠିର ମୁଖ୍ୟ ଲିପସା କିନ୍ନରଙ୍କ ଦିର୍ଘାୟୁ କାମନା କରି ମିଳିତଭାବେ ସମସ୍ତ କିନ୍ନରମାନେ ପରମ୍ପରା ମୁତାବକ ନୂଆ ଶାଢୀ,ଚୁଡି,ଫଳମୂଳ,ପୂଜା ସାମଗ୍ରୀ ଧରି ପୂଜାର୍ଚ୍ଚନା କରିଥିଲେ ।  ମୂଖ୍ୟ ଲିପସା କିନ୍ନର ସହପାଠୀମାନଙ୍କୁ ଆଶିର୍ବାଦ ରୁପରେ ସିନ୍ଦୁର ଓ ଶଙ୍ଖା ପିନ୍ଧାଇଥିଲେ । ପରିଶେଷରେ ସମସ୍ତ କିନ୍ନରମାନେ ଏକତ୍ରୀତ ହୋଇ ସୁସ୍ୱାଦୁ ଖାଦ୍ୟପେୟର ଆୟୋଜନ କରିଥିଲେ । ଏଥିରେ ଲିପ୍ସା କିନ୍ନର,ରିୟା କିନ୍ନର, ଏଲିନା,ଲିପି,ମାମାଲି କିନ୍ନରଙ୍କ ସହିତ ସଂପୁର୍ଣ୍ଣା ନାରୀ ସଂଗଠନର ସଭାନେତ୍ରୀ ରୁନୁ ନାୟକ ଉପସ୍ଥିତ ରହିଥିଲେ । 

 ଜଟଣୀରୁ ରଙ୍ଗନାଥ ବେହେରା, ୧୦/୬/୨୦୨୧ ------10,03
Sakhigopal news, 10/6/2021


Blog Archive

Popular Posts