Breaking News

ଅଙ୍ଗନୱାଡି, ଆଶା ଓ ସ୍ୱାସ୍ଥ୍ୟକର୍ମୀ ଏବେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ

=

 ସାକ୍ଷୀଗୋପାଳ---- ରାଜ୍ୟରେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଛି । ଏହା ଏବେ ଗ୍ରାମଭିମୁଖୀ  ହୋଇଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଏଥିରେ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କ ସହିତ ଅଙ୍ଗନୱାଡି କର୍ମୀ ଓ ଆଶାଦିଦି ମାନେ ଘରକୁ ଘର ବୁଲି ଲୋକମାନଙ୍କୁ କରୋନା ସଚେତନତା କରାଇଛନ୍ତି । ବିଶେଷ କରି କେରାନା ପ୍ରଜେଟିଭ ସଂକ୍ରମଣଙ୍କର ସ୍ୱାସ୍ଥ୍ୟ  ଅବସ୍ଥା ସମ୍ପର୍କେ ବୁଝିବା ସହ କୋଭିଡ ଲକ୍ଷଣ ସନ୍ଦେହ ହେଲେ ସେମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି । ଯକ୍ଷ୍ମା ଓ କୁଷ୍ଠ ରୋଗ  ସର୍ଭେ କରାଯିବା ସହ ପତଳା ଝାଡାର ପ୍ରତିକାର ପାଇଁ ଓଆରଏସ ପାଉଡର ସହ ଜିଙ୍କ ବଟିକା ବଣ୍ଟନ କରାଯାଉଛି । ଉଚ୍ଚ ରକ୍ତଚାପ ଓ ମଧୁମେହ ଅଣସଂକ୍ରମଣ ରୋଗ ସର୍ଭେ ମଧ୍ୟ କରାଯାଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ପ୍ରତିଦିନ ରିର୍ପୋଟ ଦାଖଲ କରାଯାଉଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୬/୨୦୨୧---୩,୨୫, Sakhigopal News,7/6/2021

Blog Archive