Breaking News

ସତ୍ୟବାଦୀରେ ଗ୍ରାମକୁ ଗଲା ତହସିଲ

 


ସାକ୍ଷୀଗୋପାଳ-----  ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ଏବେ ଗ୍ରାମରେ ବା ଲୋକଙ୍କ ପାଖରେ ପହଞ୍ଚିଛି । ଲୋକମାନେ ଏଣିକି ଘରେ ରହି ତହସିଲ କାର୍ଯ୍ୟାଳୟ ଠାରୁ ଖତିୟାନ ରେକର୍ଡ ପାଇପାରିବେ । ଏହି ସୁବିଧା ସୋମବାର ଓ ଶୁକ୍ରବାର ସପ୍ତାହକୁ ଦୁଇଦିନ ଯୋଗାଇ ଦିଆଯିବ । ରାଜ୍ୟରେ କରୋନା ଯୋଗୁ ଲେକମାନେ ତହସିଲ କାର୍ଯ୍ୟାଳୟକୁ ନ ଆସି ନିଜ ମୋବାଇଲି ବା ଜନସେବା କେନ୍ଦ୍ରରେ ଅନ ଲାଇନି ମାଧ୍ୟମରେ  ଆବେଦନ କରିଥିବା ତହସିଲ ସମ୍ବନ୍ଦୀୟ କାଗଜ ପତ୍ର ଆବେଦନ କାରୀଙ୍କ ଘରେ ପହଞ୍ଚାଇ ଦିଆଯିବ ବୋଲି   ରାଜସ୍ୱ ବିଭାଗର ଅତିରିକ୍ତ ତହସିଲଦାର ସୁବାଷ ଚନ୍ଦ୍ର ନାଥଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବତରଣ ସାହୁ, ତହସିଲଦାର ମନୋଜ ନାୟକ, ବିଡିଓ କ୍ଷୀରୋଦ କୁମାର ବେହେରା, ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ସହିତ ଅତିରିକ୍ତ ତହସିଲଦାର ମୌସୁମି ମିଶ୍ର ଙ୍କ ଉପସ୍ଥିତିରେ ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଥିଲା ।  ସତ୍ୟବାଦୀରେ ୩୦ ଜଣ ବ୍ୟକ୍ତିଙ୍କୁ ଖତିୟାନ ରେକର୍ଡ  ପ୍ରଦାନ କରାଯାଇଛି ବୋଲି ତହସିଲଦାର ଶୀ ନାୟକଙ୍କ ଠାରୁ ସୁଚନା ମିଳିଛି 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୬/୨୦୨୧---୩,୪୦, Sakhigopal News,7/6/2021

Blog Archive

Popular Posts