Breaking News

ଧାନ ମଣ୍ଡିରେ ବ୍ୟପାକ ଅବ୍ୟବସ୍ଥା ଓ ଅଦିନିଆ ବର୍ଷାରେ ଚାଷୀଙ୍କୁ କ୍ଷୟକ୍ଷତି ଦେବା ପାଇଁ ଦାବି


 ସାକ୍ଷୀଗୋପାଳ----- ରବି ରୁତରେ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯିବା ସହ ଅଦିନିଆ ବର୍ଷାରେ ଚାଷୀ ମାନଙ୍କର ବହୁତ କ୍ଷତି ହୋଇଛି । ଏହାକୁ ନଜର କରି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ପୁରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପ୍ରତରେ ୬ ଦଫା ଦାବି ରହିଛି ।  ରବିରେ ଧାନ ବିକିବା ପାଇଁ ନାମ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଠାରୁ ଧାନକିଣା ଯାଉ, ଟୋକନର ସମୟ ସୀମା ନ ରହୁ, ଚାଷୀଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ଲୋଡିଙ୍ଗ, ଅନଲୋଡିଙ୍ଗ ,ଅଖା ଅର୍ଥ ଯାଉଛି କୁଆଡେ, ଧାନ ମଣ୍ଡିରେ ଆରଏମସି ଚାଷୀ ଧାନ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରିବା, ମଣ୍ଡିରେ ଧାନ କାଟ ଛାଟ ବନ୍ଦ କରିବା, ୟାସ ବାତ୍ୟା ଓ ଅଦିନିଆ ବର୍ଷାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି ।ଏହାକୁ ଆଳନ କରି ତୁରନ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ଦେବାକୁ ବିଜେପି କୃଷକ ମୋର୍ଚ୍ଚ ପକ୍ଷରୁ ଦାବି କରାଯାଇଛି । ବିଜେପି କୃଷକ ମୋର୍ଚ୍ଚାର ନେତା କୃଷ୍ଣ ଜଗଦେବ, ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ କାମାକ୍ଷା ପ୍ରଧାନ, ଜିଲ୍ଲା ସଭାପତି ଅଜୟ ପ୍ରଧାନ, ସମବାୟ ପ୍ରକୋଷଠର ସମ୍ପାଦକ ଦିଷ୍ଣଜୟ ମତ୍ତଗଜସିଂହ, ସଂଯୋଜକ ଲିଙ୍ଗରାଜ ବାରିକ, ନାବାର୍ଡର ସଂଯୋଜକ ପ୍ରାଚୁର୍ଯ୍ୟ ହୋତାଙ୍କ ସହିତ ଲକ୍ଷ୍ମୀଧର ଜଗଦେବ, ବିଶ୍ୱଜିତି ବଡଜେନା, ରବି ନାରାୟଣ ଦାଶ, ବିଶ୍ୱଜିତି ଜଗଦେବ ପ୍ରମୁଖ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରାଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୬/୨୦୨୧---୩,୨୫ , Sakhigopal News,7/6/2021

Blog Archive

Popular Posts