ମହିଳା ମହାସଂଘ ଗୃହ ନିର୍ମାଣରେ ପାତରଅନ୍ତର ; ବିଡିଓଙ୍କୁ ଅଭିଯୋଗ
ଡେଲାଙ୍ଗ-:-----
ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତ ପାଇଁ ମଞ୍ଜୁର ହୋଇଥିବା ଏସ୍.ଏଚ୍.ଜି. ମହିଳା ମଞ୍ଚ ଗୃହ ସଂପୂର୍ଣ୍ଣ ବେଆଇନ୍ ଭାବେ ନିର୍ମାଣ କରାଯାଉଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଗୃହ ସୁଜନପୁର ଗ୍ରାମ ପଞ୍ଚାୟତ ପରିସରରେ ନିର୍ମାଣ କରିବା ପରିବର୍ତ୍ତେ ଡେଲାଙ୍ଗ ବ୍ଲକ୍ ପରିସରରେ ନିର୍ମାଣକୁ କରାଯାଉଛି । ଏହାକୁ ପ୍ରତିବାଦ କରି ସୁଜନପୁର ଗ୍ରାମ ପଞ୍ଚାୟତର ୩୦ଟି ଏସ୍.ଏଚ୍.ଜି. ମଞ୍ଚର ୬୦ରୁ ଉର୍ଦ୍ଧ୍ୱ ମା ମାନେ ଆଜି ବ୍ଲକ୍ ପରିସରରେ ପହଞ୍ôଚ ନିର୍ମାଣାଧିନ ମଞ୍ଚ ଗୃହ ନିକଟରେ ବିକ୍ଷୋଭ କରିବା ସହ ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ = ଡେଲାଙ୍ଗ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଭଳି ବେଆଇନ୍ ସ୍ଥାନ ନିରୁପଣ କରି ନିର୍ମାଣ କାର୍ଯ୍ୟ କରୁଥିବା ମହିଳା ମଞ୍ଚର ସଦସ୍ୟା ଅହଲ୍ୟା ସାମନ୍ତରାୟ, ସୁକାନ୍ତି ପାଇକରାୟ, ସୁକାନ୍ତି ମହାପାତ୍ର ପ୍ରମୁଖ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ପ୍ରଦୀପ୍ତ କୁମାର ନାୟକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଏପରିକି ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ଯଦି ଏସ୍.ଏଚ୍.ଜି. ମହିଳା ମଞ୍ଚ ଗୃହକୁ ବ୍ଲକ୍ ପରିସର ପରିବର୍ତ୍ତେ ସୁଜନପୁର ଗ୍ରାମ ପଞ୍ଚାୟତ ପରିସରରେ ନିର୍ମାଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ମହିଳା ସଦସ୍ୟାମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଡେଲାଙ୍ଗ ବ୍ଲକ ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁଙ୍କୁ ପଚାରିବାରେ ସେ କୁହନ୍ତି ଅଭିଯୋଗ ଭିତିହୀନ ସରକାରଙ୍କ ନିୟମଅନୁଯାଇ ନିର୍ମାଣ କାର୍ଯ୍ୟ ସେଠାରେ ଆରମ୍ଭ କରାଯାଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୬/୨୦୨୧-----୩,୫୫, Sakhigopal News,7/6/2021
=