Breaking News

ତେଇସିପୁର ସେବା ସମବାୟ ସମିତିରେ ମୁଗ ବିରି ମଣ୍ଡି ଖୋଲିଲା

=


ପିପିଲି-ପିପିଲି ବ୍ଲକ ଅର୍ନ୍ତଗତ ତେଇସିପୁର ସେବା ସମବାୟ ସମିତି ପରିସରରେ  ସୋମବାର ଦିନ ମୁଗବିରି ଓ ଚିନାବାଦମ ମଣ୍ଡି ଖୋଲାଯାଇଛି । ଏହି ମଣ୍ଡିକୁ ପିପିଲି ବ୍ଲକ ଆମ୍‌ôା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କଫେଡ ଆଞ୍ଚ=ଳିକ ପରିଚାଳକ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଦୃର୍ଗାଚରଣ ଛୋଟରାୟ, ପିପିଲି ବ୍ଲକ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାଶ,ତେଇସିପୁର ସେବା ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ ପ୍ରଫୁଲ୍ଲ କୁମାର ସ୍ୱାଇଁ,ତେଇସିପୁର ଗ୍ରାମ୍ୟ କୃଷି କର୍ମଚାରୀ ସମୀର କୁମାର ନାୟକ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ୩ ଜଣ ଚାଷୀଙ୍କ ଠାରୁ ୧୦ କୁଇଣ୍ଟାଲ ମୁଗ କିଣାଯାଇଥିବା ମାର୍କଫେଡ ଆଞ୍ଚଳିକ ପରିଚାଳକ ଶ୍ରୀଛୋଟରାୟ ସୁଚନା ଦେଇଛନ୍ତି । ମୁଗ କୁଇଣ୍ଟାଲ ପିଛା ସାତହଜାର ଶହେ୯୬ଟଙ୍କା ରହିଥିବା ବେଳେ ବିରି କୁଇଣ୍ଟାଲ ଛଅହଜାର ଓ ଚିନାବାଦାମ ପାଞ୍ଚ ହଜାର ଦୁଇଶହ ୭୫ଟଙ୍କା  କୁଇଣ୍ଟାଲ ପିଛା ଧାର୍ଯ୍ୟ କରାଯାଇଛି । ସୋମବାର ଓ ଶୁକ୍ରବାର ଏହି ଦୁଇ ଦିନ ଚାଷୀ ତେଇସିପୁର ସେବା ସମବାୟ ସମିତିରେ  ମଣ୍ଡିରେ ମୁଗବିରି ଓ ଚିନାବାଦାମ ବିକ୍ରୟ କରିପାରିବେ ବୋଲି ସମ୍ପାଦକ ଶ୍ରୀ ସ୍ୱାଇଁଙ୍କ ଠାରୁ ପ୍ରକାଶ । 



ପିପିଲିରୁ ବିଜୟ କୁମାର ମହାପାତ୍ର, ୭/୬/୨୦୨୧----୩,୫୭, Sakhigopal News,7/6/2021

Blog Archive

Popular Posts