ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ପୂଣ୍ୟତିଥି ଅବସରରେ କର୍ମଭୂମିରେ ତିଳତର୍ପଣ
ଏହି ଶୁଭ ଅବସରରେ ସତ୍ୟବାଦୀ ବନ ବିଦ୍ୟାଳୟ ଅନୁଷ୍ଠାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟସ୍ଥ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଓ ସମାଧି ପୀଠରେ ଦୀପ, ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ବିଦ୍ୟାଳୟ ତରଫରୁ ଦାସେ ଆପ6ଣଙ୍କର ଅତି ପ୍ରିୟ ପୁଷ୍କରିଣୀ 'କେତକୀ ଝିର' ରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ଅତିଥି ଭାବରେ ଯୋଗଦେଇ ଶ୍ରୀ ସତ୍ୟବାଦୀ ଦାଶ କାରାକବିତା, ବନ୍ଦୀର ଆତ୍ମକଥା ଏବଂ ଉତ୍କଳମଣିଙ୍କ ଦ୍ୱାରା ଲିଖିତ ବିଭିନ୍ନ କବିତାବଳି ଗୁଡିକୁ ସାମୁହିକ ଭାବରେ ଗାନ କରିଥିଲେ l ପୁରୋହିତଙ୍କ ଉପସ୍ଥିତିରେ ସଂକଳ୍ପ ସହିତ ତିଳତର୍ପଣ କରାଯାଇଥିଲା l ଏହି ପୂଣ୍ୟlତ୍ମାଙ୍କ ସ୍ମୃତି ତର୍ପଣ ଉତ୍ସବ ରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳସଚିବ ରଶ୍ମିରେଖା ଦାସ, ବିତ୍ତ ସଚିବ ସଞ୍ଜୀବ କୁମାର ଜେନା, ସ୍ନାତକୋତ୍ତର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ କୁମାର ମିଶ୍ର, ଡ. ନାରାୟଣ ପ୍ରସାଦ ବେହେରା, ଡ. ସଙ୍ଗୀତl ଜେନା ,ଡ. ଜୟନ୍ତ ପରିଡା, ଡ. ଶୁଭସ୍ମିତା ନାୟକ, ଡ. ପ୍ରୀତିସୀମା ସ୍ୱାଇଁ, ଡ. ମୋନାଲିସା ଚାଙ୍ଗ, ଡ. ସସ୍ମିତା ଜେନା, ରୋଜାଲିନ ରଥ ଓ ବିଜୟ କୁମାର ମିଶ୍ର ପ୍ରଭୁତି ଅଧ୍ୟାପକ ଓ ପ୍ରାଧ୍ୟାପକ ମାନେ ଯୋଗ ଦେଇଥିଲେ l ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅମିତା ସେନାପତି, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ଚକ୍ରଧର ମହାରଣା, ଶିକ୍ଷୟିତ୍ରୀ ବୈଜୟନ୍ତୀ ମିଶ୍ର, ସୌଦାମିନୀ ନାୟକ, ଗୀତାଞ୍ଜଳି ବେହେରା, କୃଷ୍ଣପ୍ରିୟା ଦାଶ, ନିହାରିକା ସେନାପତି, ଦୀପlମୁଦ୍ରା ଗୁରୁ, ପୂଜା ମିଶ୍ର, ପ୍ରତୀକ୍ଷା ମିଶ୍ର, ସ୍ମିତାଞ୍ଜଳି ପlଟ୍ଟଯୋଶୀ ,ମୃତ୍ୟଞ୍ଜୟ ମହାପାତ୍ର, ଉର୍ମିଳାବାଳl ଦାଶ, ବିଶ୍ଵନାଥ ସ୍ୱାଇଁ ଓ ଚିନ୍ମୟ କୁମାର ଜେନା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦାନ କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୬/୨୦୨୫----୧,୫୦ Sakhigopal News,30/6/2025