Breaking News

ସତ୍ୟବାଦୀରେ ୪ଟି ସ୍ଥାନରେ ଟୀକା କେନ୍ଦ୍ର




 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ  ୪ଟି ସ୍ଥାନରେ କୋଭିଡ ଟୀକା କେନ୍ଦ୍ର ରେ ୬ଶହ ଜଣଙ୍କୁ ଟୀକା ପ୍ରଦାନ ପାଇଁ ଧାର୍ଯ୍ୟ କରାଯାଇଛି । ୪୫ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଥମ ପର୍ଯ୍ୟାୟ ଏହି ଟୀକା ପ୍ରଦାନ କରାଯିବ । ଟୀକା କେନ୍ଦ୍ର ଗୁଡିକକୁ ଆସିବା ସମୟରେ ନିଜର ବୟସ ପ୍ରମାଣ ପତ୍ର ଆଣିବେ ଓ ମାସ୍କ ବ୍ୟବହାର କରିବା ଅପରିହାର୍ଯ୍ୟ ସହିତ ସାମାଜି୍‌କ ଦୂରତା ବଜାୟ ରଖିବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ବିରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବାଲିସାହି ଅଙ୍ଗନୱାଡି କେନ୍ଦ୍ରରେ୧୫୦ ଜଣଙ୍କୁ ଟୀକା ପ୍ରଦାନ କରାଯିବାକୁ ରହିଥିବା ବେଳେ ମୂଳଅଳସା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ୧୫୦,ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ପାଣିଭଣ୍ଡାର ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫୦ ଜଣ ଓ ଶ୍ରୀରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ୧୫୦ ଜଣଙ୍କୁ ଟୀକା କରଣ କରାଯିବ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୬/୨୦୨୧---୩,୫୦, 

Sakhigopal News,7/6/2021

Blog Archive

Popular Posts