୨୨୦ ଜଣଙ୍କୁ ଟୀକାକରଣ ରହିଥିବା ବେଳେ ୧୪୦ ଜଣ ଟୀକା ନେଲେ
ଭେଡେନ---- କରୋନା ର ଦ୍ଵିତୀୟ ଲହର ଲାଗି ରହିଥିବାରୁ ସରକାର ଲକଡାଉନ ଓ ସଟଡାଉନ ଜାରି କରିଛନ୍ତି । ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ମୁଖ୍ୟ ଡାକ୍ତର ରବି ମିଶ୍ର ଙ୍କ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନେ ଆସି ଝିଲିମିନଂଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ୪୫ ବର୍ଷ ବୟସ ରୁ ଉର୍ଦ୍ଧ ଜନସାଧାରଣ ଙ୍କୁ କରୋନା ମହାମାରୀ ଟୀକା ପ୍ରଦାନ କରିବା ପାଇଁ ଟୀକା କେନ୍ଦ୍ର କରିଛନ୍ତି । ଟୀକା କେନ୍ଦ୍ର ଗୁଡ଼ିକରେ ପ୍ରଥମେ ପ୍ରଥମେ ଟୀକା ନେବା ପାଇଁ ଲୋକମାନଙ୍କ ର ଭିଡ ଦେଖିବାକୁ ମିଳୁଥିଲା। ଏବେ ଟୀକା କେନ୍ଦ୍ର ଗୁଡ଼ିକ ଫାଙ୍କା ପଡୁଥିବା ର ଦେଖାଯାଇଛି । ସ୍ଥାନୀୟ ସରପଞ୍ଚ ସୁଧୀର ପ୍ରଧାନ, ପୂର୍ବତନ ସରପଞ୍ଚ ମକରଧଜ ଭୂଏ, ସ୍ୱେଚ୍ଛାସେବୀ ପ୍ରଶାନ୍ତ ପ୍ରଧାନ, ଶିକ୍ଷକ ଧର୍ମରାଜ ପ୍ରଧାନ ଆସି ଜନସାଧାରଣ ଙ୍କୁ କୋଭିଡ ଗାଇଡି ନିୟମାବଳୀକୁ ଜନସାଧାରଣଙ୍କୁ ବୁଝାଇଥିଲେ । ଏହି ସମୟରେ ଝିଲିମିନଂଡା ପଞ୍ଚାୟତ ର ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ଉପସ୍ଥିତ ରହି ଟୀକାକରଣରେ ସହଯୋଗ କରିଥିଲେ। ଆଜି ଟୀକାକରଣ ୨୨୦ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ୧୪୦ ଜଣ ମାତ୍ର ଟୀକାକରଣ କରାଯାଇଛି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୬/୨୦୨୧----୪,୫୦ Sakhigopal News,10/6/2021