Breaking News

ଭେଡେନ ବ୍ଲକ ପରିସରରେ କାର୍ଯ୍ୟାଳୟ ଓ ଗୃହ ଉଦଘାଟିତ

 
ଭେଡେନ----- ବରଗଡ ଜିଲ୍ଲା ଭେଡେନ ବ୍ଲକ ପରିସରରେ  ୩୫ଲକ୍ଷ ଟଙ୍କା ବ୍ୟୟ ରେ ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟାଳୟ, ଗୋଷ୍ଠୀ ଅଧିକାରୀ ଆବାସିକ ଗୃହ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ଆବାସିକ ଗୃହ ଉଦଘାଟିତ ହୋଇଯାଇଛି। କରୋନା ମହାମାରୀ ଦ୍ଵିତୀୟ ଲହର ଲାଗି ରହିଛି । ଏହାକୁ ନଜର କରି  ମୁଖ୍ୟ ଅତିଥି ଭାବରେ ଓଡିଶା ରାଜ୍ୟ ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ  ଛୁରିଆ, ସମ୍ମାନୀତ ଅତିଥି ଭାବେ  ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ଉପାଧ୍ୟକ୍ଷା ସୁପ୍ରଭା ପ୍ରଧାନ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ, ସିଡିପିଓ ଝୁନୁକୁମାରୀ ପାତ୍ର, ସୁପରଭାଜର ଅନୀତା ପୁରୋହିତ, ସହକାରୀ ଯନ୍ତ୍ରୀ ଶୈଲେଶ ଢେଲକି, ବହୁ ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ବିଜେଡ ସଭାପତି ହରିଶଂକର ବେହେରା, ବରିଷ୍ଠ ବିଜେଡି ନେତା ରଣଜିତ କୁମାର ଭୋଇ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୧୦/୬/୨୦୨୧-----୩,୫୦ Sakhigopal News,10/6/2021

Blog Archive

Popular Posts