ଗାଁ କଲ୍ଯାଣ ସମିତି ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସାନିଟାଇଜର
ଭେଡେନ---- ରାଜ୍ୟ ରେ କରୋନା ର ଦ୍ଵିତୀୟ ଲହର ଲାଗି ରହିଛି । ସରକାରଙ୍କ ପକ୍ଷରୁ ଲକଡାଉନ ଓ ସଟଡାଉନ ଲାଗି ରହିଛି । ଜନସାଧାରଣଙ୍କ ସୁବିଧା ପାଇଁ ଆଜି ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଦେଶଭଟଲି ପଞ୍ଚାୟତର ଉଦେପୁର ଗାଁ କଲ୍ଯାଣ ସମିତି ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗ୍ରାମ ର କରୋନା ଆକ୍ରାନ୍ତ ହୋଇଥିବା ୧୧ ଟି ପରିବାରଙ୍କ ଘର ସାନିଟାଇଜର କରାଯାଇଛି । ଏହା ସହିତ ଗ୍ରାମ ର ବିଭିନ୍ନ ପଡା, ଗଲିକନ୍ଦି, ନଳକୂଅ ବିଭିନ୍ନ ସ୍ଥାନରେ ମେସିନ ସାହାଯ୍ୟରେ ଟ୍ରଷ୍ଟ ର ସଭାପତି ମୁକୁନ୍ଦ ଦାସ ବିଶୋଧନ କରିଥିଲେ। ଏଥିରେ ମହିଳା ସ୍ବାସ୍ଥ୍ୟକର୍ମୀ ଲୀଳାବତୀ ପଟେଲ, ଅଙ୍ଗନବାଡି କର୍ମୀ ରିନା ଦନ୍ତା, ଆଶା କର୍ମି ମୁକ୍ତା ଦନ୍ତା, ସହକାରୀ ସ୍ନେହଲତା ଓ ଶାନ୍ତିଲତା ବିଶୋଧନ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏହି ସମୟରେ ଜନ ସାଧାରଣଙ୍କୁ କରୋନା ମହାମାରୀ ଦ୍ଵିତୀୟ ଲହର ଲାଗି ରହିଥିବାରୁ ସରକାରଙ୍କ କଟକଣା ମାନିବାକୁ ସଚେତନ କରିଥିଲେ। ମାକ୍ସ ପିନ୍ଧଵା, ସାମାଜିକ ଦୂରତା ବଜାଇ ରଖିବା, ବାରମ୍ବାର ସାବୁନ ଦ୍ଵାରା ହାତ ଧୋଇବା ବାର୍ତ୍ତା କହିଥିଲେ। ଏହି ସମୟରେ ସାମାଜିକ କର୍ମୀ ତଥା ସାଂବାଦିକ ହୃଷୀକେଶ ଖମାରି ସହଯୋଗ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୯/୬/୨୦୨୧----୯,୪୦। Sakhigopal News , 9/6/2021