Breaking News

ଦୁଇ କୋଭିଡ ଯୋଦ୍ଧା ଡାକ୍ତର ଙ୍କୁ ପ୍ରେସ କ୍ଲବ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା



ଜଟଣୀ -- ରାଜ୍ୟ ରେ ମହାମାରୀ କରୋନା କିଛି ପରିମାଣରେ କମିଛି ।  ଏହି ଅବସରରେ ସ୍ଥାନୀୟ ପ୍ରେସ କ୍ଲବ ଠାରେ ସାମ୍ବାଦିକମାନଙ୍କ ତରଫରୁ ପାତ୍ରପଡା କୋଭିଡ କେୟାର ସେଣ୍ଟରରେ କାର୍ଯ୍ୟରତ ଥିବା ସମ୍ ହସ୍ପିଟାଲର ଦୁଇଜଣ ଡକ୍ଟର ରାକେଶ ଚନ୍ଦ୍ର କଲେଟ ଏବଂ ଡକ୍ଟର ଶୁଭମ ଶାରଦା ପ୍ରଧାନଙ୍କୁ ପ୍ରେସ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ମାନବ ଅଧିକାରର ରାଜ୍ୟ ସମ୍ପାଦକ ବାସୁଦେବ ସେଠି ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଡକ୍ଟର ରାକେଶ ସାମ୍ବାଦିକ ମାନଙ୍କୁ କରୋନା ମହାମାରୀକୁ କିପରି ପ୍ରତିହତ କରାଯାଇପାରିବ ସେହି ସମ୍ପର୍କରେ କିଛି ଟିପ୍ପଣୀ ଦେଇଥିଲେ । ରୋଗର ଲକ୍ଷଣ ତଥା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କିପରି ବଢ଼ାଇପାରିବ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ କରୋନାରେ ସଂକ୍ରମିତ ହୋଇ ଜୀବନ ଯୁଦ୍ଧରେ ହାରିଯାଇଥିବା ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବର ସଭାପତି ଏମ. ଡି. ଇସ୍ମାଇଲ, ସମ୍ପାଦକ ହୃଦାନନ୍ଦ କୋଦାମ ସିଂ, ସାମ୍ବାଦିକ ବିଶ୍ୱଜିତ ସାମନ୍ତରାୟ, ସୁବ୍ରତ ନାୟକ, ହରିହର ସ୍ୱାଇଁ, ସଂଜୀବ ସେଠ୍, ରଙ୍ଗନାଥ ବେହେରା, ମାନବ ଅଧିକାର ଉପଦେଷ୍ଟା ହବିବୁଲ ରେହମାନ ପ୍ରମୁଖ ଉପସ୍ଥିତ ଥିଲେ ।
ଜଟଣୀ --ରଙ୍ଗନାଥ ବେହେରା ୯/୬/୨୦୨୧ ----୧୦,୧୫ Sakhigopal News, 9/6/2021

Blog Archive

Popular Posts