ବିଶ୍ୱ ଶ୍ରମିକ ଦିବସ ରେ ଖରା ତାତିରେ ଖଟିଲେ ଶ୍ରମିକ , ପ୍ରଶାସନ ଦେଖି ନ ଦେଖିଲା ପରି ଚୁପ
ବରଗଡ଼ -----ବିଶ୍ୱ ସ୍ତରରେ ଦିବସ ଉପରେ ଦିବସ ପାଳିତ ହେଉଛି । ମଇ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଏହା କେତେ ଦୂର ଫଳପ୍ରଦ ତାହା କାହାକୁ ଜଣାନାହିଁ । ଜୀବନକୁ ବାଜି ଲଗାଇ ମୁଣ୍ଡ ଝାଳ ତୁଣ୍ଡେ ମାରି ପେଟ ପୋଷୁଛନ୍ତି ଲକ୍ଷ ଲକ୍ଷ ଶ୍ରମିକ । ଏମାନେ ପୁଣି ଦେଶ ନିର୍ମାଣ ର ଜନ ନାୟକ। ଆଜି ଯେଉଁ ସଂସ୍କୃତି,ଐତିହ ତଥା ପୁରୀ, କୋଣାର୍କ,ହୀରାକୁଦ ନଦୀ ବନ୍ଦ ପ୍ରମୁଖ କୁ ନେଇ ଆମ୍ଭେ ଗର୍ବ କରୁଛେ,ଭାଷଣ ଦେଇ ତାହାର ନିର୍ମାଣ କରିଥିବା ଶ୍ରମିକ ମାନଙ୍କ ପାଇଁ ଆଜିର ଦିନ । ମାତ୍ର ଆମେ ସବୁ ଭୁଲିଯାଇଛେ। ଶ୍ରମିକ ମାନଙ୍କ ର ଜୟଗାନ ତଥା ତାଙ୍କୁ ଉତ୍ସାହିତ କରିବା ପାଇଁ ବିଶ୍ବ ସ୍ତରରେ ମଇ ୧ତାରିଖକୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି।ମାତ୍ର ବିଡମ୍ବନା ର ବିଷୟ ଯେ ବରଗଡ଼ ଜିଲ୍ଲାର ଲୁହୁରାଚଟି- ସମ୍ବଲପୁର ୫୩ନଂ ଜାତୀୟ ରାଜପଥ ଗୁହିରା ଟିକ୍ରା ନିକଟସ୍ଥ ପୁରୁଣା ମହାନଦୀ ବ୍ରିଜ ଉପରେ ଶ୍ରମିକ ଦିବସ ରେ ଶ୍ରମିକ ଖଟୁଥିବା ଦେଖିବାକୁ ମିଳିଥିଲା। ଠିକାଦାର ବା ପ୍ରଶାସନିକ ଅଧିକାରୀ ନିଜର ମାନବିକତା ଭୁଲି ଗଲେ । ଏନେଇ ଆମେ ଶ୍ରମିକ ମାନଙ୍କର ସୁପର ଭାଇଜର ସଙ୍ଗମ ସିଂ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ।ପ୍ରତିକ୍ରିୟା ରେ ମୁଁ କ୍ୟାଟରରେ ଅଛି ବୋଲି କହିବା ସହ ଆଜି ତ ଛୁଟି ମୁଁ କାମ କରଉନାହିଁ ବୋଲି କହିଥିଲେ । ନିଜେ କ୍ୟାଟରରେ ଶୋଇ ଶ୍ରମିକ ମାନଙ୍କୁ ପ୍ରଚଣ୍ଡ ଖରା ତାତିରେ ଖଟାଉ ଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯଦିଓ ସିଏ ମନା କରିଛନ୍ତି ତେବେ ଶ୍ରମିକ ମାନଙ୍କୁ ସାମଗ୍ରୀ ଯୋଗାଉଛି କିଏ,ତାଙ୍କରି ହାଜିରା ପକାଉଛି କିଏ,ତାଙ୍କୁ ପାରିଶ୍ରମିକ ଦେବ କିଏ ଓ ଏହି ସମୟରେ ଯଦି ଶ୍ରମିକ ର କିଛି ହୁଏ ଦାୟୀ ହେବ କିଏ ? ତାହା ଏବେ ପ୍ରଶ୍ନବାଚୀ ହୋଇଛି। ସୁପର ଭାଇଜର ନିଜ ଦୋଷକୁ ଲୁଚାଇବାକୁ ଯାଇ ମୁଁ ମନା କରିଛି କହି ସେମାନେ ନିଜେ ନିଜେ କରୁଥିବେ ତାଙ୍କୁ ମନା କରିଦେଉଛି ବୋଲି କହିଥିଲେ। ତେବେ ଗୋଟେ ପଟେ ସରକାର ବାହାଦୂର ବିଶ୍ୱ ଶ୍ରମିକ ଦିବସ ରୂପେ ବର୍ଷ ର ଗୋଟିଏ ଦିବସ କୁ ପାଳିତ କରି ଆସୁଥିବା ବେଳେ ତାହା ଏଠି ପ୍ରହସନ ପରି ଲାଗୁଛି।ଶ୍ରମିକ ଦିବସରେ ମଧ୍ୟ ଖଟୁଛନ୍ତି ଶ୍ରମିକ।ସେହିପରି ଏହି ୬ନଂ ଜାତୀୟ ରାଜପଥ କୁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ଲୋକଙ୍କ ସୁବିଧା ସୁଯୋଗ ପାଇଁ ସମ୍ପ୍ରସାରଣ କରି ୫୩ନଂ ଚାରିଥାକିଆ ଜାତୀୟ ରାଜପଥ କରାଯାଇଛି । ବିଭାଗୀୟ ଅଧିକାରୀ ଓ ଅଶୋକା ବିଲଡ଼କାନ ଠିକା ସଂସ୍ଥା ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ୨୦୧୪ ରୁ ସମ୍ପୂର୍ଣ୍ଣିକରଣ ଦେଇ ଟୋଲ ଟିକସ ଆଦାୟ କରାଯାଉଥିବା ବେଳେ ଏବେ ବି ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ହୋଇ ପଡ଼ିରହିଛି ରାସ୍ତା । ତ୍ରୁଟି ପୂର୍ଣ୍ଣ ରାଜରାସ୍ତା ରେ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମୁଣ୍ଡ ପରେ ମୁଣ୍ଡ ଗଡି ଯାଉଛି ହେଲେ ସରକାର ଙ୍କ ନିଦ ଭାଙ୍ଗୁନାହିଁ।ତେବେ ଦେଖାଯାଉ ଆଉ କେତେ ମୁଣ୍ଡ ଗଡ଼ିଲେ ସରକାର ଙ୍କ ଚେତା ପଶିବ। ଶ୍ରମିକ ଦିବସ ରେ ଶ୍ରମିକ ମାନଙ୍କୁ ଖଟେଇଥିବା ଅନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ବରଗଡ଼ ରୁ ନବୀନ ରିପୋର୍ଟ,
Sakhigopal News,2/5/2021------12,30