ବରିଷ୍ଠ ଓ ଦିବ୍ଯାଙ୍ଗ ନାଗରିକ ମାନେ ପୋଷ୍ଟାଲ ବାଲଟ ଦ୍ଵାରା ଭୋଟ କରାଯିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି
ଡେଲାଙ୍ଗ--- ୧୬ ତାରିଖ ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବରିଷ୍ଟ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନିର୍ବାଚନ ଅଧିକାରୀ କରିଛନ୍ତି । ନିଜ ଘରେ ପୋଷ୍ଟାଲ ବାଲଟ ଦ୍ଵାରା ଭୋଟ କରାଯିବା ପାଇଁ ପ୍ରଶାସନିକ ସ୍ତରରେ ପୁଲିଙ୍ଗ ଅଫିସର ନିଯୁକ୍ତି ହୋଇଛନ୍ତି। ପିପିଲି ଡେଲାଙ୍ଗ ର ୧୦୬୭ ଜଣଙ୍କର ଘରେ ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟିଂ କରାଯିବ। ଆସନ୍ତା ମେ ୩ ତାରିଖ ଠାରୁ ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।
Delanga , Dhirendra Senapati , 1/5/2021--**-8,20