ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରେ ଆତଙ୍କବାଦ ବିରୋଧୀ ଦିବସ ପାଳନ
ଜଟଣୀ --ଆତଙ୍କବାଦ ବିରୋଧୀ ଦିବସ ଭାବରେ ପ୍ରତିବର୍ଷ ମଇ ମାସ ୨୧ ତାରିଖ ଦିନ ପାଳନ କରାଯାଇଥାଏ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏହିକି ଆତଙ୍କବାଦ କାର୍ଯ୍ୟ ପାଇଁ ସାଧାରଣ ଲୋକ ଭୋଗୁଥିବା ଦୁଃଖ ଯାତନା ବିଷୟରେ ଦୃଷ୍ଟି ଆକର୍ଷଣ କରି ଏହା କିପରି ଜାତୀୟ ସ୍ୱାର୍ଥ ପ୍ରତି କ୍ଷତିକାରକ ତାହା ଯୁବକମାନଙ୍କୁ ଦର୍ଶାଇ ସେମାନଙ୍କୁ ଆତଙ୍କବାଦ ତଥା ହିଂସା ଠାରୁ ଦୂରେଇ ରଖିବା ମୁଖ୍ୟ ଉଦ୍ଦେଶ୍ୟ। ଆତଙ୍କବାଦକୁ ହ୍ରାସ କରିବା, ଲୋକଙ୍କ ମଧ୍ୟରେ ଜାତୀୟ ସୈ।ହାର୍ଦ୍ଦ୍ୟ ଏବଂ ଏକତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପରିଚାଳକଙ୍କ କାର୍ଯ୍ୟାଳୟରେ ତଥା ବିଭିନ୍ନ ରେଳ ଷ୍ଟେସନରେ ଆତଙ୍କବାଦ ବିରୋଧୀ ଦିବସ ପାଳନ କରାଯାଇଛି ।ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶିକାନ୍ତ ସିଂହ ଶାଖା ଅଧିକାରୀ ଏବଂ କର୍ମଚାରୀଙ୍କୁ ଆତଙ୍କବାଦ ବିରୋଧୀ ଦିବସ ଉପଲକ୍ଷେ ଶପଥ ପାଠ କରାଇଥିଲେ । ସମସ୍ତ ସହଯୋଗୀ ମାନବ ଜାତି ମଧ୍ୟରେ ଶାନ୍ତି,ସାମାଜିକ ସୈ।ହାର୍ଦ୍ଦ୍ୟ ଏବଂ ବୁଝାମଣାକୁ ସମର୍ଥନ ଏବଂ ପ୍ରୋତ୍ସାହିତ କରିବାକୁ ତଥା ମାନବ ଜୀବନ ଏବଂ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ଏବ° ବାଧା ଦେଉ ଥିବା ଶକ୍ତିର ମୁକାବିଲା କରିବାକୁ ସମସ୍ତେ ପ୍ରତିଶୃତି ଦେଇଛନ୍ତି।ଆତଙ୍କବାଦ ବିରୋଧୀ ଦିବସର ଶପଥ ପାଠ ଭୁବନେଶ୍ୱର, ପୁରୀ, କଟକ, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପଲାସା, ଯାଜପୁର-କେନ୍ଦୁଝର ରୋଡ଼, ଭଦ୍ରକ, ପାରାଦୀପ ଇତ୍ୟାଦି ରେଳ ଷ୍ଟେସନରେ ଥିବା ସମସ୍ତ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।ଶ୍ରୀ ରଂଜନ କୁମାର ମହାନ୍ତି, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଜଟଣୀ --ରଙ୍ଗନାଥ ବେହେରା ,୨୧/୫/୨୦୨୧----୭,୦୦
Sakhigopal News,21/5/2021