Breaking News

ସତ୍ୟବାଦୀରେ କୋଭିଡ ଶହେ ଶର୍ଯ୍ୟା ବିଶିଷ୍ଟ ମେଡିକାଲ ବୁଲି ଦେଖିଲେ ସିଡିଏମଓ


 ସାକ୍ଷୀଗୋପାଳ------ ପୁରୀ ଜିଲ୍ଲାରେ ମହାମାରୀ କରୋନା କମିବାର ନାଁ ଗନ୍ଦ ଧରୁନାହିଁ । ଆଗକୁ ଆଉ ଭୟଙ୍କର ଦିନ ଆସୁଛି ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଏହାକୁ ନଜର କରି ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ୧୦୦ଶହ ଶର୍ଯ୍ୟା ବିଶ୍‌ିଷ୍ଟ କୋଭିଡ ମେଡିକାଲ କରାଯାଇଛି । ଏହି ମେଡିକାଲରେ ରୋଗୀ ମାନଙ୍କର ରହିବା ଠାରୁ ଖାଦ୍ୟପେୟ, ଚିକିତ୍ସା ଆଦି ଖର୍ଚ୍ଚ ରାଜ୍ୟ ସରାକର ବହନ କରିବେ ବୋଲି ଜଣାପଡିଛି । ଆଜି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସିଡିଏମଓ ଡ. ସୁଜତା ମିଶ୍ର ଓ ଏଡିଏମଓ ଲଲାଟଟେନ୍ଦୁ ମିଶ୍ର ଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଅସ୍ଥାୟୀ କୋଭିଡ ମେଡିକାଲ ବୁଲିକି ଦେଖିଥିଲେ । କୋଭିଡ ମେଡିକାଲର ଇନିଚାର୍ଯ୍ୟ ତଥା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର, ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରା ଉପସ୍ଥିତ ରହିଥିଲେ । ତୁରନ୍ତ କାମ ଶେଷ କରିବା ସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ର‌୍ୟାମ୍ପ ତିଆରି କରିବାକୁ ସିଡିଏମଓ ପରାମର୍ଶ ଦେଇଥିଲେ । ଏହି ମେଡିକାଲଟି ପିପିଲି ଓ ସତ୍ୟବାଦୀ ବ୍ଳକ ପାଇଁ କରାଯାଇଛି ।  ଅନ୍ୟ ମାନଙ୍କ ମଧ୍ୟରେ ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ. ବିନୟ ଦାଶ, ସାକ୍ଷୀଗୋପାଳ ମେଡିକାଲ ବିପିଏମ ଜ୍ୟୋତିରଞ୍ଜନ ଶତପଥି , ଫାର୍ମସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦଙ୍କ ସହିତ ସାକ୍ଷୀଗୋପାଳ ମେଡିକାଲର କର୍ମଚାରୀ ଓ ସ୍ଥାନୀୟ ସରପଞ୍ଚ ନିରୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୫/୨୦୨୧----୯,୨୫

Blog Archive

Popular Posts