ବିଜେପି ଓ କଂଗ୍ରେସର ଶତାଧିକ କର୍ମି ବିଜେଡିରେ ଯୋଗଦେଲେ
ଡେଲାଙ୍ଗ -----ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରି ଉଗ୍ରରୁପ ଧାରଣ କରିଚାଲିଛି । ଏହାକୁ ନଜର କରି ନିର୍ବାଚନ କମିଶନର ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ନିର୍ବାଚନ ତାରିଖ ସ୍ଥଗିତ ରହିଥିଲେ ମଧ୍ୟ ରାଜନୈତିକ ଉଷ୍ମତା ପିପିଲି ଓ ଡେଲାଙ୍ଗରେ ରହିଛି । ତେବେ ବିଜେଡି ସୁପ୍ରିମୋ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ବିଶ୍ୱାସ ରଖି ବିଜୁ ଜନତା ଦଳରେ ସାମିଲ ହେବା ପାଇଁ ଲୋକଙ୍କ ଆଗ୍ରହ ଏବେ ଡେଲାଙ୍ଗରେ ପ୍ରକାଶ ପାଇଛି । ଗୋଟିଏ ପଟେ ବିଶ୍ୱାସ ଘାତକ, ପୁରୁଖା କର୍ମୀ ମାନଙ୍କୁ ଅଣଦେଖା, ଦଳୀୟ ନେତାଙ୍କର ଅହଂଭାବ ଆଦିକୁ ନେଇ ଦଳଛାଡି ବିଜେଡି ଦଳରେ ସାମିଲ ହେଉଛନ୍ତି । ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସିଂହବ୍ରହ୍ମପୁର ପଞ୍ଚାୟତ ଅର୍ନ୍ତଗତ ଉଗ୍ରେଶ୍ୱର ଦେବଙ୍କ ପୀଠ ଗଣ୍ଡପଡା ଠାରେ ବିଜୁ ଜନତା ଦଳର ଏକ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ କୋଭିଡ୍ ନିୟମନୁଯାଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ଶତାଧିକବିଜେପି ଓ କଂଗ୍ରେସ କର୍ମୀ ମାନେଜଟଣିର ପୁର୍ବତନ ବିଧାୟକ ବିଭୁତୀ ଭୁଷଣ ବଳବନ୍ତରାୟ,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ପୁରୀ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ,ଯୁବନେତା ପ୍ରିୟବ୍ରତ ସାମନ୍ତରାୟ,ସୁଧାକର ମାର୍ଥା ,ନରେନ୍ଦ୍ର ପ୍ରଧାନ, ରମେଶ ପ୍ରଧାନଙ୍କ ଉପସ୍ଥିତିରେ ୧୦୦ରୁ ଅଧିକ କର୍ମି ମାନଙ୍କୁ ଦଳୀୟ ଉତ୍ତରୀୟ ପକାଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ ସୁଚନା ଦେଇଛନ୍ତି ।ବିଜୁ ଜନତା ଦଳରେ ସାମିଲି ହୋଇଥିବା ୧୦ ନମ୍ବର ୱାର୍ଡ ସଭ୍ୟଙ୍କ ପ୍ରତିନିଧି ସୁବାଷ ପ୍ରଧାନ,ଜୟଦେବ ସ୍ୱାଇଁ,ଆଲୋକ ସାହୁ,ସୁଦର୍ଶନ ପ୍ରଧାନ,ତ୍ରିନାଥ ସାହୁ ଓ ଯୁବନେତା ରାମଚନ୍ଦ୍ର ସାହୁ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନା ଓ ଡେଲାଙ୍ଗ ଅଞ୍ଚଳର ଉନ୍ନତୀ ଓ ବିକାଶ ପାଇଁ ବିଜୁ ଜନତା ଦଳରେ ଯୋଗଦେଲୁ ବୋଲି କହିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୫/୨୦୨୧----୯,୨୦