ପ୍ରସ୍ତାବିତ କଲ୍ୟାଣ ମଣ୍ଡପ, ମିଶନ ଶକ୍ତି ଗୃହ, ଲାଇବ୍ରେରୀ ଓ ପ୍ରମୋଦ ଉଦ୍ୟାନ ଜମି ଉପରେ ଜନସ୍ୱାର୍ଥ ମାମଲା
ସାକ୍ଷୀଗୋପାଳ------ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସମେଶ୍ୱରପୁର ଗ୍ରାମ ପଞ୍ଚାୟତରେ ହେବାକୁ ଥିବା କଲ୍ୟାଣ ମଣ୍ଡପ, ମିଶନ ଶକ୍ତି ଗୃହ, ଲାଇବ୍ରେରୀ ଓ ପଞ୍ଚାୟତରେ ପ୍ରମୋଦ ଉଦ୍ୟାନ କରିବା ପାଇଁ ଜମି ଉପରେ ଏକ ଜନସ୍ୱାର୍ଥ ମାମଲା ରୁଜ ହୋଇଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ବନପୁର ଗ୍ରାମର ଶ୍ରୀଧର ଦାଶଙ୍କ ପୁଅ ଦେବାଶିଷ ଦାଶ ମାନ୍ୟବର ହାଇର୍କୋଟରେ ଏକ ଜନସ୍ୱାଇଁ ମାମଲା ରୁଜ କରିଛନ୍ତି । ସେ କୋର୍ଟଙ୍କୁ ଦର୍ଶାଇଛନ୍ତି ଯେ ସଠିକ ଭାବେ ପଲ୍ଲୀ ସଭା ଓ ଗ୍ରାମ୍ୟ ସଭା କରାଯାଇନାହିଁ । ଉକ୍ତ ପ୍ରକଳ୍ପ ଗୁଡିକ ଯେଉଁ ଜମିରେ କରିବା ପାଇଁ ଆରମ୍ଭ କରାଯାଉଛି ବନପୁର ମୌଜାର ଖାତାନଂ- ୫୭୩, ପ୍ଳଟନଂ-୧୦୦୪ରେ ୪୫ ଡିସିମିଲି ଓ ୬୦୧ରେ ୮୦ ଡିସିମିଲି ଜମି ରହିଛି । ଏହା ଗୋଚର ଅଟେ । ଉକ୍ତ ପଞ୍ଚାୟତରେ ବହୁ ସରକାରୀ ଜମି ରହିଥିବା ବେଳେ ଏହି ଜମି ଉପରେ କାହିଁକି କରାଯିବ ତାହାକୁ ଗ୍ରାମବାସୀ ମାନେ ବିରୋଧ କରୁଛନ୍ତି । ଡ୍ୟୁ, ପି, (ସି) ନଂ- ୧୫୭୦୪/୨୧ରେ କୋର୍ଟ ଏକ ଜନସ୍ୱାର୍ଥ ମାମଲା ରୁଜ କରାଯାଇଛି । ଏଥିରେ ପଞ୍ଚାୟତରାଜ ସେକ୍ରେଟେରୀ, ଭୁବନେଶ୍ୱର, ପୁରୀ ଜିଲ୍ଲାପାଳ, ସତ୍ୟବାଦୀ ତହସିଲଦାର, ସତ୍ୟବାଦୀ ବିଡିଓଙ୍କ ସହିତ ନୂଆସମେଶ୍ୱରପୁର ସରପଞ୍ଚଙ୍କୁ ପକ୍ଷ କରାଯାଇଥିବା ଜଣାପଡିଛି । ଏବେ ଏହି ଜମି ଉପରେ ପଞ୍ଚାତୟ ପକ୍ଷରୁ କାମ ଆରମ୍ଭ କରିବା ପାଇଁ ବାଲି ଗୋଡି ଗଦା ଯାଇଛି । ଅନ୍ୟ ପକ୍ଷେ ଏ ସମ୍ପର୍କରେ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହନ୍ତି ଆମେ ନୋଟିସ ପାଇନାହୁଁ । ନୋଟିସ ପାଇଲେ ପରେ ବିଚାର କରାଯିବ । ଏହି ଜମି ସରକାରଙ୍କର ତେଣୁ ସରକାରୀ କାର୍ଯ୍ୟରେ ଆସିବ ନଚେତ ସରକାରଙ୍କ ନିକଟରେ ରହିବ । ଏଥିରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୫/୨୦୨୧----୯,୨୫