ସତ୍ୟବାଦୀ ପ୍ରଶାସନ ପକ୍ଷରୁ ୧୪ ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ସାକ୍ଷୀଗୋପାଳ---- ରାଜ୍ୟ ସରକାର ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଲାଗୁ କରିଛନ୍ତି । ଯାହା ଫଳରେକି ଦୁର୍ବଳ, ଅସହାୟ, ନିଃସ୍ୱ, ଅଭାବଗସ୍ତ ଓ ନିରାଶୟ ମାନଙ୍କୁ ଲକଡାଉନ ସମୟରେ ଗ୍ରାମ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଣ କରିବା ପାଇଁ ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ସମସ୍ତ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଜଣାଇଛନ୍ତି । ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ରନ୍ଧା ଖାଦ୍ୟ ବଣ୍ଟନ କରିବେ । ଦିନକୁ ଦୁଇ ଓଳି ରନ୍ଧା ଖାଦ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ଶିଶୁ ମାନଙ୍କ ପାଇଁ ୨୪ଟଙ୍କା ରହିଥିବା ବେଳେ ବଡ ଲୋକଙ୍କ ପାଇଁ ୪୦ ଟଙ୍କା ପ୍ରତି ମିଲ୍ସ ବାବଦରେ ଖର୍ଚ୍ଚ କରି ପାରିବେ । ଆଜି ପ୍ରଥମ ଦିନରେ ସତ୍ୟବାଦୀ ବ୍ଳକରେ ଜୟପୁର ଓ କାଦୁଆ, ରାୟଖଣ୍ଡୀ ଗ୍ରାମ ପଞ୍ଚାୟତରେ ୧୪ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଣ କରାଯାଇଛି ବୋଲି ବିଡିଓ ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୫/୨୨୧---୮,୧୦