Breaking News

ସତ୍ୟବାଦୀ ପୁଲିସର ଲକଡାଉନ ଅମାନିଆଙ୍କ ଉପରେ ଚଡାଉ



 ସାକ୍ଷୀଗୋପାଳ---- ରାଜ୍ୟରେ କରୋନା ଯୋଗୁ ଲକଡାଉନ ଜାରି ରହିଛି । ଏହାକୁ କେତେକ ଅମାନିଆ  ବ୍ୟବସାୟୀ ଓ ଲୋକମାନେ ;କାଭିଡ -୧୯ ଆଇନକୁ ମାନୁ ନାହାନ୍ତି । ସେମାନଙ୍କୁ ସାବାଡ କରିବା ପାଇଁ ସତ୍ୟବାଦୀ ପୁଲିସ ଏବେ ବଜାର ସହିତ ବିଭିନ୍ନ ଗ୍ରାମ ଛକ ମାନଙ୍କରେ ଗଡି ଉଠିଥିବା ବଜାର ଉପରେ ଅମାନିଆଙ୍କୁ ସାବାଡ କରୁଛି ।  ଆଜି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ  ମା ହରଚଣ୍ଡୀ ବଜାର ଉପରେ ଚଡାଉ କରିବା ସହ  ଫାଇନି ଆଦାୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଏସଆଇ କୃଷ୍ଣଚନ୍ଦ୍ର ଦାଶଙ୍କ ସହିତ ଅନ୍ୟ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ସନ୍ଧ୍ୟାରେ ସାାାକ୍ଷୀଗୋପାଳ ମନ୍ଦିର ନିକଟରେ ମଟର ସାଇକେଲ ଧରି ଅମାନିଆ ବୁଲୁଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ସତ୍ୟବାଦୀ ପୁୁୁଲିସ  ୧୫ ଶହ ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି।

 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୫/୨୨୧---୮,୧୦


Blog Archive

Popular Posts