Breaking News

ସାତଦିନ ପାଇଁ ବରାଳ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କଲା ସତ୍ୟବାଦୀ ପ୍ରଶାସନ


 ସାକ୍ଷୀଗୋପାଳ -------  ରାଜ୍ୟରେ ଦୁତୀୟ ଲହର କରୋନା ତାର କାୟା ବିସ୍ତାର କରି ଚାଲିଛି । ବିଶେଷ କରି ଗ୍ରାମଞ୍ଚଳରେ ଦୁତୀୟ ଲହର କରୋନାର ଉଗ୍ରରୂପ ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବରାଳ ଗ୍ରାମକୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ପ୍ରଥମ କଣ୍ଟେନମେଣ୍ଟ ସାତ ଦିନ ପାଇଁ ଘୋଷଣା କରାଯାଇଛି ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ଏହି ଗ୍ରାମକୁ ଯିବା ଓ ଗ୍ରାମ ବହାରକୁ ଆସିବା ଉପରେ ପ୍ରଶସନ ରୋକ ଲଗାଇଛି । କରୋନା ମୋବାଇଲି ଟେଷ୍ଟ ବୁଧବାର ଉକ୍ତ ଗ୍ରାମରେ କରୋନା ଟେଷ୍ଟ ୪୪ ଜଣଙ୍କର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୨ଜଣଙ୍କର କରୋନା ପଜେଟିଭି ଥିବା ଜଣାପଡିଛି । ଏହା ଜଣାପଡିବା ପରେ ସତ୍ୟବାଦୀ ତହସିଲଦାର ମନୋଜ ନାୟକ, ବିଡିଓ କ୍ଷୀରୋଦ କୁମାର ବେହେରା, ଆଇଆଇସି ଦେବୀ ପ୍ରସାଦ ପାତ୍ର, ପଞ୍ଚାୟତ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଆଶାଦିଦି ସମସ୍ତଙ୍କ ଉପସ୍ଥିତିରେ ଗ୍ରାମର ପ୍ରବେଶ ପଥକୁ ସିଲ କରାଯାଇଛି । ଉକ୍ତ ଗ୍ରାମ ଉପରେ ୨୪ ଘଣ୍ଟିଆ କଡା ପ୍ରହରା ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କର ଆବଶ୍ୟକୀୟ ସମାଗ୍ରୀ ଯେପରି ସୁବିଧାରେ ଯୋଗାଇ ଦିଆଯିବ ସେଥିପ୍ରତି ପ୍ରଶାସନ ପକ୍ଷରୁ ସରପଞ୍ଚଙ୍କୁ ଦାୟତ୍ୱ ଦିଆଯାଇଛି ।  

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୫/୨୦୨୧---୮,୪୦


 Sakhigopal News, 20/5/2021

Blog Archive

Popular Posts