Breaking News

ଶ୍ରୀମନ୍ଦିର ସମେତ ସର୍ବସାଧାରଣ ସ୍ଥାନରେ ସାନିଟାଇଜର ମେସିନ୍ ଲଗାଇବା ନିମନ୍ତେ ଦାବି


ପୁରୀ ---- ଆଧ୍ୟତ୍ମିକ ରାଜଧାନୀ ପୁରୀ ରେ ଦିନ କୁ ଦିନ  କରୋନା ର କରାଳ କାୟା ବିସ୍ତାର କରିଚାଲିଛି ।ଏହାକୁ ହ୍ରାସ କରିବା ସହ, ସେବାୟତ ଓ ଜନସାଧାରଣ ଙ୍କୁ ମହାମାରୀ ରୁ ସୁରକ୍ଷିତ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ସାନିଟାଇଜର ମେସିନ ଲଗାଇବା ପାଇଁ ଦାବି ହେଉଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା. କ୍ରିଶନ କୁମାର,  ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଙ୍କୁ ପୁରୀ ର ବିଭିନ୍ନ ସର୍ବସାଧାରଣ ସ୍ଥାନ ଓ ଶ୍ରୀମନ୍ଦିର ର ଚାରି ପ୍ରବେଶ ଦ୍ୱାର ରେ ସାନିଟାଇଜ ମେସିନ୍ ବ୍ୟବସ୍ଥା କରିବା ନିମନ୍ତେ ରାଷ୍ଟ୍ରୀୟ ସଂସ୍କୃତ ମହାବିଦ୍ୟାଳୟ ର ଛାତ୍ରୀ ସମାଜସେବୀ ନିହାରିକା ତ୍ରିପାଠୀ, ଯୁବ ସମାଜସେବୀ ସନ୍ତୋଷ ସେନାପତି ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ସାନିଟାଇଜ ମେସିନ୍ ସମେତ ସପ୍ତାହନ୍ତ ସଟଡାଉନ୍ ସମୟରେ ପୁରୀ ସହରର ସବୁ ସାହି ରେ ସାନିଟାଇଜ କରିବା କୁ ମଧ୍ଯ ଅନୁରୋଧ କରାଯାଇଛି । ଧୀରେନ୍ଦ୍ର ସେନାପତି, ୬/୫/୨୦୨୧---୧୨,୨୫

Blog Archive

Popular Posts