ସତ୍ୟବାଦୀରେ ଲକଡାଉନକୁ ମାନିଲେ ନାହିଁ ବ୍ୟବସାୟୀ ଓ ଜନସାଧାରଣ ; ପ୍ରଶାସନ ପକ୍ଷରୁ ଦେକାନ ସିଲ ହେଲା
ସାକ୍ଷୀଗୋପାଳ--------- ରାଜ୍ୟରେ ଦୁତୀୟ ଳହର କରୋନାଙ୍କ ସଂଖ୍ୟା ବଡିବାରୁ ରାଜ୍ୟ ସରକାର ଲକଡାଉନ ଜାରି କଲେ । ଜନସାଧାରଣଙ୍କ ସୁବିଧା ପାଇଁ ସକାଳ୬ ଟାରୁ ୧୨ ପର୍ଯ୍ୟନ୍ତ ଗ୍ରୋସରୀ, ପରିବା, କ୍ଷୀର, ମାଛ, ମାଂସ , ଫଳ ଦେକାନ ଗୁଡିକ ଖୋଲିପାରିବ ବୋଲି ଘୋଷଣା କରିଥିଲେ ।
ମାତ୍ର ସତ୍ୟବାଦୀରେ ୧୨ଟା ପରେ ମଧ୍ୟ ବ୍ୟବସାୟୀ ମାନେ ଦେକାନ ଖୋଲି ବସିଥିବାର ଦେଖାଯାଇଥିଲା । ଜାତୀୟ ରାଜପଥ ଉପରେ ବାଲି, ପଥର ଟ୍ରକ ଓ ଡମ୍ପର , ଟ୍ରାକ୍ଟଟର ଗୁଡିକ ଚାଲୁଥିଲା । ସେହିପରି କୌଣସି କାରଣ ନ ଥାଇ ମଟର ସାଇକେଲ ଧରି ବଜାରରେ ଯୁବକ ମାନେ ବୁଲୁଥିବାର ଦେଖାଯାଇଥିଲା । ଖବର ପାଇ ସତ୍ୟବାଦୀ ତହସିଲଦାର ମନୋଜ ନାୟକ ଓ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ତତ୍ୱବଧାନରେ ଏକ ଟିମ ସାକ୍ଷୀଗୋପାଳ ବଜାର, କାଦୁଆଛକ, ମାର୍କେଟ ପରିସର, ମାଂସ ଓ ମାଛ ଦେକାନ ଗୁଡିକ ବନ୍ଦ କରାଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୫/୨୦୨୧----୯,୨୫