Breaking News

ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜ ସଂସ୍କାରକ ଓ ଲେଖକ ପ୍ରଫୁଲ ନାୟକଙ୍କର ୮୭ ବୟସରେ ଦେହାନ୍ତ


 ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗ୍ରାମର ୧୯୩୪ମସିହାରେ ପ୍ରଫୁଲ ନାୟକ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜ ସଂସ୍କାରକ , କଥାକାର ଓ ଲେଖକ ଭାବେ ବେଶ ପରିଚିତ ଥିଲେ ।  ୮୭ ବୟସରେ ତାଙ୍କର ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସା ଅବସ୍ଥାରେ ପରଲୋକ ହୋଇଯାଇଛି । ଡେଲାଙ୍ଗ, ପିପିଲି ସହିତ ବିଭିନ୍ନ ଅନୁଷ୍ଠାନରେ ଗାନ୍ଧୀଙ୍କ ବିଚାର ,ପ୍ରଚାର, ପ୍ରସାର ଓ ଲେଖକ ପାଇଁ ତାଙ୍କର ଉଲ୍ଳେଖନୀୟ ଅବଦାନ ରହିଛି । ଏହି ଖବର ଡେଲାଙ୍ଗରେ ପ୍ରଚାରିତ ହେବା ପରେ  ଶୋକରଛାୟା ଖେଳିଯାଇଛି । ସବୁଠାରୁ ବଡ ଦୁଖଃଦ ଘଟଣା ଅଳ୍ପ ଦିନ ତଳେ ଶ୍ରୀ ନାୟକଙ୍କ ପୁଅର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଡେଲାଙ୍ଗ ଜଣେ ଆଗ ଧାଡିର ଗାନ୍ଧୀବାଦୀ ବ୍ୟକ୍ତିଙ୍କୁ ହରାଇଛି । ସେ ବିବିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମଦ୍ଧିତ ହୋଇଥିଲେ । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥଜାତୀୟ ସଞ୍ଚୟ ସଂଗଠନର ଜଣେ ପଦସ୍ଥ ଅଧିକାରୀ ଭାବେ ଅବସର ନେଇଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୫/୨୦୨୧---- ୫,୪୦

Blog Archive

Popular Posts