ମାକୁ ଡାକ୍ତର ଖାନାକୁ ଆଣି ଦୁଇ ପୁଅ ଏବେ କୋଭିଡ କେୟାର ସେଣ୍ଟରରେ
ସାକ୍ଷୀଗୋପାଳ---- ନିଜ ମାକୁ ଡାକ୍ତରଖାନାକୁ ଆଣି ଏବେ ମା ସହିତ ଦୁଇ ପୁଅ କୋଭିଡ କେୟାର ସେଣ୍ଟରରେ ରହିଛନ୍ତି । ସୁଚନା ଯୋଗ୍ୟ ଯେ ବଳପୁର ଗ୍ରାମର ସତ୍ୟଭାମା ମହାପାତ୍ରଙ୍କୁ ଜ୍ୱର, ଥଣ୍ଡା, କାଶ ଓ ଗୋଡ ହାତ ବିନ୍ଦା ହୋଇଥିଲା । ପ୍ରଥମେ ଗ୍ରାମ ବଜାରରୁ ମେଡିସିନ କିଣିକି ଦିଆଯାଇଥିଲା । ମାତ୍ର ସେଥିରେ ରୋଗ ନ କମିବାରୁ ୧୫ ତାରିଖ ଦିନ ଭଗବାନ ମହାପାତ୍ର ଓ ନିରଞ୍ଜନ ମହାପାତ୍ର ସତ୍ୟଭାମାଙ୍କୁ ସାଙ୍ଗରେ ଧରି ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ସମସ୍ତ ରୋଗର ଲକ୍ଷଣ ଶୁଣିବା ପରେ ପୁରୀ ମେଡିକାଲକୁ ପଠାଇ ଦେଇଥିଲେ । ପୁରୀରେ ସତ୍ୟଭାମାଙ୍କର କୋଭିଡ ଟେଷ୍ଟ କରାଯିବା ପରେ ପଜେଟେଭି ବାହାରିଥିଲା । ତାଙ୍କୁ କୋଭିଡ କେୟାର ସେଣ୍ଟରକୁ ନେବା ସହିତ ତାଙ୍କର ଦୁଇ ପୁଅ ଭଗବାନ ଓ ନିରଞ୍ଜନ ତାଙ୍କ ମାଙ୍କ ସହିତ ମିଳିମିଶା କରିଥିବାରୁ ସେମାନଙ୍କୁ ହୋମ କରେଣ୍ଟାଇନିରେ ରଖାଯାଇଥିବା ଜଣାପଡିଛି । ଏହାକୁ ନେଇ ବଳପୁର ଗ୍ରାମରେ ବେଶ ଆଲେଚନାର ବିସୟ ହୋଇପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୫/୨୦୨୧---୮,୪୦
Sakhigopal News, 20/5/2021