Breaking News

ଭେଡେନ ଅଞ୍ଚଳରେ ଶବ ଦାହପାଇଁ କାଠ ସଂଗ୍ରହ

 
  ଭେଡେନ----ଏବେ କୋବିଡରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ପାଇଁ ଶବ ଦାହ ପାଇଁ କାଠ ସଂଗ୍ରହ ଆରମ୍ଭ ହୋଇଛି ।  ବରଗଡ ଜିଲ୍ଲା ଭେଡେନ ଅଞ୍ଚଳରେ କୋବିଡରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ପାଇଁ  ପ୍ରଶାସନ ପକ୍ଷରୁ ଶବ ଦାହ କରିବା ପାଇଁ ପ୍ରସ୍ତୁତ ପ୍ରଣାଳୀ ଶେଷ ହୋଇଛି । ଆଜି ସଂକ୍ରିଡା ସରପଞ୍ଚ ଶୁସାନ୍ତ ସାହୁ ଓ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ, ଥୁଆପାଲି ର ସଦସ୍ୟମାନେ ଚାଷୀମାନଙ୍କ ଠାରୁ ଏକ ଟ୍ରାକଟର କାଠ ସଂଗ୍ରହ କରି ଭେଡେନ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । କାଠ ସଂଗ୍ରହ କରିଥିଲେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ରଶ୍ମୀ ରଞ୍ଜନ ପାଢ଼ୀ, ସୁନୀଲ ଅଗ୍ରୱାଲ, ସୁଶିଲ ଅଗ୍ରୱାଲ, ହରେକୃଷ୍ଣ ପ୍ରଧାନ, ସନ୍ତୋଷ ଅଗ୍ରୱାଲ, ଶଙ୍କର ପ୍ରସାଦ କେଡ଼ିଆ, ସନ୍ତୋଷ ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ପ୍ରଶାସନ ପକ୍ଷରୁ ଲାୟନ୍ସ କ୍ଲବର ସଦସ୍ୟ ମାନଙ୍କୁ ଅସମୟରେ ପ୍ରଶାସନକୁ ସହଯୋଗ ର ହାତ ବଡାଇଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। 
 
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,  Sakhigopal News,2/5/2021 ----9,00
 

Blog Archive

Popular Posts