ଏକାଦଶାହ ଅବସରରେ ସ୍ମୃତି ଚାରଣ ସଭା
ସାକ୍ଷୀଗୋପାଳ -----ରାଜ୍ୟରେ କରୋନା ମହାମାରୀ ଚାଲିଥିବା ବେଳେ ଅନ୍ୟ ପକ୍ଷେ ରାଜ୍ୟ ସରକାର ଲକଡାଉନ ଜାରି କରିଛନ୍ତି । ଏହି ଅବସରରେ ଗୋପାଳପୁର ପାଟଣା ଗ୍ରାମର ଧର୍ମପରାୟଣ ମହିଳା ଉଜ୍ଜଳାମଣି ସାହୁଙ୍କର ଏକାଦଶାହ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କୋଭିଡ ଆଇନ ଅନୁଯାୟୀ ସମୀତ ପରିବାର ଓ ବଂଧୁ ମାନଙ୍କୁ ନେଇ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରି ପ୍ରଭୁ ଜଗନ୍ନଥଙ୍କ ପାଖରେ ନିବେଦନ କରାଯାଇଥିଲା । ପୁତ୍ର ହାଡିବନ୍ଧୁ ସାହୁ, ସୁରେନ୍ଦ୍ର ସାହୁ , ଲିଙ୍ଗରାଜ ସାହୁ , ନାତି ଜଗତଜ୍ୟୋତି ସାହୁଙ୍କ ସହିତ ପୁତ୍ରବଧୁ, ନାତି ନାତୁଣି , ଅଣନାତି ନାତୁଣୀ ଓ ବଂଧୁ ପରିବାର ବର୍ଗ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୫/୫/୨୦୨୧----୯,୨୦