Breaking News

ଡେଲାଙ୍ଗ ଥାନାର ବିଚିତ୍ର ନିୟମ ; ଷ୍ଟାଟୋସ୍କୋ ଅର୍ଡର ରହିଛି ଏକ ପ୍ଳଟରେ , ଜାରି ହେଉଛି ଅନ୍ୟ ଏକ ପ୍ଳଟ ଉପରେ


 ଡେଲାଙ୍ଗ ------ ଡେଲାଙ୍ଗ ଥାନାର ବିଚିତ୍ର ନିୟମ , ଷ୍ଟାଟୋସ୍କୋ ଅର୍ଡର ରହିଛି ଏକ ପ୍ଳଟ ଉପରେ ,  ଜାରି ହେଉଛି ଅନ୍ୟ ଏକ ପ୍ଳଟ ଉପରେ । ଏହାକୁ ବିରୋଧ କରି ନ୍ୟାୟ ପାଇବା ପାଇଁ ମହିଳା ମାନେ ଥାନା ଆଗରେ ଘଣ୍ଟା ଗଣ୍ଟା ଧରି ଧାରଣା ଦେଥିଲେ । ମାତ୍ର ଥାନା ଅଧିକାରୀ ନ ଥିବାରୁ ଶେଷରେ ପୁରୀ ଏସପିଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା ମାଗିବା ପାଇଁ ଯାଇଥିବା ଜଣାପଡିଛି । ଡେଲାଙ୍ଗ ଥାନାରେ  ତିନି ମାସ ପରେ ବି ନ୍ୟାୟ ମିଳୁନି ।  ପୁରୀ ଜିଲ୍ଳା ଡେଲାଙ୍ଗ ଥାନା ଅନ୍ତର୍ଗତ ପିଢ଼ପାଟଣା ଗ୍ରାମର ଅଭୟ ଚରଣ ସାହୁ  ତିନିମାସ ହୋଇଗଲା ନ୍ୟାୟ ପାଇବା ପାଇଁ ଡେଲାଙ୍ଗ ଥାନା ଓ ପୁରୀ ଏସିପିଙ୍କ  ଅଫିସକୁ ଦୌଡୁଛନ୍ତି । କୋର୍ଟଙ୍କ ଷ୍ଟାଟୋସ୍କୋ ଅର୍ଡର ଥାଇ ମଧ୍ୟ  ଅଭୟ ନ୍ୟାୟ ପାଇ ପାରୁନାହାନ୍ତି ।  ଅଭୟ ଓ ତାଙ୍କ ସ୍ତ୍ରୀ କାବେରୀ ପ୍ରଧାନ ଅଭୟଙ୍କ ଖୁଡି ରାମଣି ସାହୁ, ପାର୍ବତୀ ସାହୁ ଆଜି ଡେଲାଙ୍ଗ ଥାନାରେ ଧାରଣା ଦେଇଥିଲେ । ମାତ୍ର ଆଇଆଇସି ନ ଥିବାରୁ ଶେଷରେ ନିରାଶ ହୋଇ ପୁରୀ ଏସପିଙ୍କୁ ସାକ୍ଷାତ କରିବା ସହ ତାଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ବିରୁଧରେ ନିବେଦନ କରିବାକୁ ଯାଇଥିବା ଜଣାପଡିଛି । ପୋଲିସର ଅପରାଗତ ଯୋଗୁ ବିବାଦୀୟ ଜମି ଉପରେ ଛାତ ପକାଯାଇଛି ।   ଯେଉଁଠି ପୁରୀ ଏସପିଙ୍କ ନିର୍ଦ୍ଦେଶ ପରେ ବି ଡେଲାଙ୍ଗ ଥାନା ପକ୍ଷରୁ କାର୍ଯ୍ୟକାରୀ କରାଯାଉନାହିଁ ସେଠାରେ  ସାଧାରଣ ଜନତାଙ୍କୁ କିପରି ନ୍ୟାୟ ମିଳୁଥିବ ତାହା ଅନୁମେୟ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୫/୨୦୨୧ ----୯,୦୫ N Delanga,News Dhirendra Senapati, 4/5/2021

Blog Archive

Popular Posts