ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରାର୍ଥନା ଶିଖିଲେ
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ଏ ବର୍ଷ ପ୍ରଥମ କରି ଓଡିଶା ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି । ଏଥିରେ ୬ଷ୍ଠ ଶ୍ରେଶୀରେ ନାମ ଲେଖାଇଥବା ୭୬ ଜଣ ଛାତ୍ର ଛାତ୍ରୀ ଏବେ ଅସ୍ଥାୟୀ ଭାବେ ସତ୍ୟବାଦୀ ହାଇସ୍କୁଲ ପରିସରରେ ଅଧ୍ୟୟନ କରୁଛନ୍ତି । ସେମାନେ ବେ ସରକାରୀ ବିଦ୍ୟାଳୟ ପରି ଶିକ୍ଷା ଦାନ କରିବେ । ସେହି ଅନୁସାରେ ପ୍ରତି ଦିନ ନୂଆ ନୂଆ ପ୍ରାର୍ଥନା ଶିଖା ଯାଇଛି । ବିଦ୍ୟାଳୟରେ ଯେଉଁପରି ଗୋଟିଏ କିମ୍ବା ଦୁଇଟି ପ୍ରାର୍ଥନା ବର୍ଷକ ଯାକ ବୋଲା ଯାଉଛି ସେ ପରି ନ ହୋଇ ପ୍ରତିଦିନ ନୂତନ ନୂତନ ପ୍ରାର୍ଥନା ବୋଲା ଯିବ । ପିଲା ମାନେ ପାଳି କରି ଏଣିକି ପ୍ରାର୍ଥନା କ୍ଳାସରେ ନୂତନ ନୂତନ ପ୍ରାର୍ଥନା କରିବେ ବୋଲି ଜଣାପଡିଛି । ପଟ୍ଟନାୟିକିଆ ଛକ ସ୍ଥିତ ନଡିଆଫାର୍ମ ପରିସରରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ସରିଗଲେ ସେଠାରେ ବିଦ୍ୟାଳୟ ହେଲେ ବିଭିନ୍ନ ଭାଷାରେ ପ୍ରାର୍ଥନା କରାଯିବ ବୋଲି ବିଦ୍ୟାଳୟର ଉପାଧ୍ୟକ୍ଷଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି