ୱବସାଇଟ ନ ଖୋଲିବାରୁ ପିଲା ନାମ ଲେଖିବା ପାଇଁ ହଇରାଣ
ସାକ୍ଷୀଗୋପାଳ ---- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମୋବାଇଲିକୁ ମେସେଜ ଦୁଇ ତାରିଖରେ କରି ଦେଇଛନ୍ତି ଯେ ପ୍ରଥମ ସିଲେକସ୍ନ ଆରମ୍ଭ ହୋଇଯାଇଛି । ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ନାମ ଲେଖା ହେବ । ଏହା ତରବରିଆ ଭାବେ ମାଧ୍ୟମିକ ଶିକ୍ଷା ପରିଷଦ କରିଛନ୍ତି । ଆଜି ସକାଳୁ ସକାଳୁ ବିଭିନ୍ନ କମ୍ପ୍ୟୁଟର ଦେକାନ ଗୁଡିକରେ ପିଲା ଓ ଅବିଭାବକ ମାନଙ୍କର ଗହଳି ଲାଗିଥିବାର ଦେଖାଯାଇଥିଲା । ନାମ ଲେଖା ଯାଇଁ ନିହାତି ଭାବେ ଇଣ୍ଟିମେସନ ଲେଟର ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦର ୱ÷ବସାଇଟରୁ କାଡିବାକୁ ପଡିବ । ତାପରେ ନାମ ଲେଖା ହୋଇ ପାରିବ । ବହୁ ସମୟ ଧରି ଅପେକ୍ଷା କରିବା ପରେ ୱ÷ବସାଇଟି ଖୋଲିନଥିଲା । ଅନ୍ୟ ପକ୍ଷେ ୪ ତାରିଖ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସେଦିନ ଛୁଟି ରହିଥିବାରୁ ପିଲା ମାନେ ନାମ ଲେଖାଇ ପାରିବେ ନାହିଁ । ଅନ୍ୟ ପକ୍ଷେ ପୁରୀ ଜିଲ୍ଲାରେ ଏବେ ବି ବିଜୁଳି ସମସ୍ୟା ଲାଗି ରହିଛି । ଏଥିପାଇଁ ଶିକ୍ଷା ବିଭାଗ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । ଅନ୍ୟ ପକ୍ଷେ ଯେଉଁପରି ରେଳୱରେ ଅନ ଲାଇନ ମାଧ୍ୟମରେ ଟିକେଟ ବୁକ କରିଦେବା ପରେ ଉକ୍ତ ମୋବାଇଲିକୁ ଆସୁଥିବା ମେସେଜକୁ ରେଳୱ ଟିକେଟ ଭାବେ ଗ୍ରହଣ କରୁଛି ଠିକ ସେହିପରି ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ମୋବାଇଲିକୁ ପଠାଇଥବା ମେସେଜକୁ ଇଣ୍ଟିମେସନ ଲେଟର ଭାବେ ଗ୍ରହଣ କରାଗଲେ ଏହି ଅସୁବିଧାରୁ ଦୂର ହୋଇ ପାରନ୍ତା ବୋଲି ବୁଦ୍ଧଜିବୀ ମାନେ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି