ପୂର୍ବତନ ସରପଞ୍ଚ ଆତ୍ମହତ୍ୟା କଲେ ; ପୋଲିସର ତଦନ୍ତ ଜାରି
ଡେଲାଙ୍ଗ-----ଡେଲାଙ୍ଗ ବ୍ଳକ ତଥା ସତ୍ଯବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କୃର୍ଷ୍ଣଚନ୍ଦ୍ର ( କୁଶୁ ଭାଇନା) ସେନାପତି ଆତ୍ମହତ୍ୟା କରିଛନ୍ତି । ଇନ୍ଦିପୁର ମେଳନ ପଡିଆରେ ଥିବା ସମବାୟ ସମିତି କାର୍ଯ୍ଯାଳୟ ପରିସରରେ ସିଲିଙ୍ଗି ଫ୍ଯାନରୁ ଓହଳି ପଡିଥିବା ଜଣାପଡିଛି । ଖବର ପାଇ ସତ୍ଯବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି