ଆନନ୍ଦପୁରରେ ବିହନ ବିଶୋଧନ ତାଲିମ ଶିବିର
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଭୁବନେଶ୍ୱରଙ୍କ ପକ୍ଷରୁ ଆୟୋଜିତ ଖରିଫ ଋତୁରେ ବିହନ ବିଶୋଧନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କୃଷି ଅଧିକାରୀ ସାକ୍ଷୀଗୋପାଳର ଅଜୟ କୁମାର ବେହେରା ଖରିଫ ଋତୁରେ ନିରୋଗ ଫସଲ ପାଇଁ ବିହନ ବିଶୋଧନ କରିବା ପାଇଁ ସହଜ ପ୍ରଣାଳୀ ସରଳ ଭାବରେ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ବୁଝାଇଥିଲେ । ସେହିପରି ଜିଲ୍ଲା ସହ କୃଷି ଅଧିକାରୀ ହୃଦାନନ୍ଦ ସାମନ୍ତରାୟ ଯୋଗଦେଇ ପ୍ରଧାନମନ୍ତ୍ରୀ ଫସଲ ବୀମା କରି ଚାଷୀ ମାନେ କିପରି ଲାଭବାନ ହୋଇ ପାରିବେ ସେ ସମ୍ପର୍କରେ ଆଲେଚନା କରିଥିଲେ । ଯେଉଁ ଚାଷୀ ମାନେ ବ୍ୟାଙ୍କ ବା ସମବାୟ ସମିତିରୁ ଋୁଣ ନେଇ ନାହାନ୍ତି ସେମାନେ ଅନ୍ଲାଇନ ମାଧ୍ୟମରେ ଫସଲ ବୀମା କରି ପାରିବେ । ଏହି ତାଲିମ ଶିବିରରେ ଶତାଧିକ ମହିଳା ଓ ପୁରୁଷ ଚାଷୀ ମାନେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ କୃଷି ଅଧିକାରୀ ରତିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଯୋଗଦେଇଥିବା ଚାଷୀ ମାନଙ୍କୁ ବିହନ ବିଶୋଧନ କରିବା ପାଇଁ ଔଷଧ ପ୍ରଦାନ କରାଯାଇଥିଲା । ଚାଷୀ ପୂର୍ଣ୍ଣଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି